ଜିଲ୍ଲା ପରିକ୍ରମା

ନୀଳାଚଳ ରୋଟାରୀ କ୍ଲବ ଗଭର୍ଣ୍ଣରଙ୍କ ପୁରୀ ପରିଦର୍ଶନ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲ ନୀଳାଚଳ ପୁରୀ ରୋଟାରୀ କ୍ଲବ ପରିଦର୍ଶନ କରିଛନ୍ତି। ରବିବାର ସଂଧ୍ୟାରେ ଏହି ପରିପ୍ରେକ୍ଷୀରେ ମହାବୀର ସେରାକନ୍ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବକୁ ଶ୍ରୀଅଗ୍ରୱାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। କ୍ଲବର ସଭାପତି ସତ୍ୟପ୍ରକାଶ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇ ବହୁବିଧ ସମାଜସେବା କାର୍ଯ୍ୟକ୍ରମକୁ ସୂଚନା ଦେଇଥିଲେ। ସଂପାଦକ ଦୁର୍ଗାମାଧବ ପାଢୀ ବର୍ତମାନ ପର୍ଯ୍ୟନ୍ତ ବିଗତ ଦିନର କାର୍ଯ୍ୟକ୍ରମ ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ଦେଇଥିଲେ। ରୋଟାରୀ ଜିଲ୍ଲା ଆସିସ୍ଣ୍ଟାଟ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଉତ୍ସବରେ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ଗୋଷ୍ଠୀସେବା ମାଧ୍ୟମରେ ରୋଟାରୀଆନ ମାନେ ନିଜ ଭୂମିକା ନିର୍ବାହ କରିବାକୁ ପରାମର୍ଶ କରିଥିଲେ। ରୋଟାରୀ ଜିଲ୍ଳା ସଚିବ ପ୍ରସନ୍ନ ଲେଙ୍କା ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇ କ୍ଲବ କାର୍ଯ୍ୟଧାରାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ନୂତନ ଭାବେ ୧୩ ଜଣଙ୍କୁ କ୍ଲବର ନୂତନ ସଦସ୍ୟଭାବେ ଗ୍ରହଣ କରାଯାଇଥିଲା। ଶ୍ରୀ ଅଗ୍ରୱାଲ ରୋଟାରୀ ପିନ ପିନ୍ଧାଇ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିବା ବେଳେ କ୍ଳବର ସ୍ମରଣିକା ନୀଳାଚଳ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ଉଦବୋଧନ ଦେଇ ରୋଟାରୀ ଗଭର୍ଣ୍ଣର ଶ୍ରୀ ଅଗ୍ରୱାଲ କହିଲେ ଯେ ବିଶ୍ୱର ୨ ନିୟୁତ ଲୋକ ସଦସ୍ୟଭାବେ କାର୍ଯ୍ୟ କରୁଥିଲେ। ରୋଟାରୀର ଆଭିମୁଖ୍ୟ ପ୍ରତ୍ୟେକ ହୃଦୟଙ୍ଗମ କରି କାର୍ଯ୍ୟକରିବା ଦରକାର। ଅଳ୍ପଦିନ ହେଲେ ମଧ୍ୟ ଏହି କ୍ଲବର ସମାଜ ସେବା କାର୍ଯ୍ୟ ପ୍ରଶଂସନୀୟ। ଆଗାମୀ ଦିନରେ ହେବାକୁ ଥିବା ରୋଟାରୀ ଜିଲ୍ଲା ସମ୍ମଳନୀରେ କ୍ଲବର ସହଯୋଗ କାମନା କରିଥିଲେ। ପୌଢ ଶିକ୍ଷା ଓ ଓ ସ୍କୁଲ ଶିକ୍ଷା ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ରୋଟାରୀଆନ ମାନଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ଆଗାମୀ ବର୍ଷ ପାଇଁ ମନୋନୀତ ସଭାପତି ସନ୍ତୋଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ରଶ୍ମିରଂଜନ ସାହୁ, ରାଜକୁମାର ସ୍ୱାଇଁ ମହାପାତ୍ର, ସୁନୀଲ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top