ଜିଲ୍ଲା ପରିକ୍ରମା

ନୀଳାଚଳ ରୋଟାରୀ କ୍ଲବର ପୋଲିଅ ପ୍ଲସ ଅନୂସ୍ଥାପନ ଓ ଯୋଜନା ବୈଠକ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶନିବାରଦିନ ନୀଳାଚଳ ରୋଟାରୀ କ୍ଲବ ଦ୍ୱାରା ପୋଲିଅ ଅନୁସ୍ଥାପନ ଓ ଯୋଜନା ବୈଠକ ହନ୍ସକୋକୋ ପାମସ ଠାରେ ହୋଇଯାଇଛି। ନୀଳାଚଳ ରୋଟାରୀ କ୍ଲବର ସଭାପତି ଇଂ ସତ୍ୟପ୍ରକାଶ ପଣ୍ଡା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପୋଲିଅ ପ୍ଲସ ପ୍ରମୁଖ ପୂର୍ବତନ ରୋଟାରୀ ଗଭର୍ଣ୍ଣର ଡାଃ ନାରାୟଣ ମିଶ୍ର ତାଙ୍କ ଅଭିଭାଷଣରେ ପୋଲିଅର କୁପ୍ରଭାବ ବିଷୟରେ କହିଥିଲେ। ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ ଅଜୟ ଅଗ୍ରୱାଲ ତାଙ୍କ ଅଭିଭାଷଣରେ ସାରା ବିଶ୍ୱରୁ ପୋଲିଅର ମୂଳ ଉତ୍ପାଟନରେ ରୋଟାରୀର ଭୂମିକା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ପୂର୍ବତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଡି.ଏନ ପାଢୀ ତାଙ୍କ ଅଭିଭାଷଣରେ କହିଲେ ଯେ ସମାଜ ସେବାରେ ରୋଟାରୀଆନ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନୀଳାଚଳ ରୋଟାରୀ କ୍ଲବ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନତି ମୂଳକ ଓ ସମାଜସେବା କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ଡାଃ କେ, କେ ରାଉତ, ଡଃ ସୁନୀଲ କୁମାର ଦାସ ବୈଠକରେ ଯୋଗ ଦେଇ ମିଳିମିଳା ଓ ରୂବେଲା ବ୍ୟାଧୀର ନିରାକରଣରେ ରୋଟାରୀ ମାନଙ୍କର ସହୋଯୋଗ କାମନା କରିଥିଲେ। ରୋଟାରୀଆନ ସାଗ୍ନିକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top