ଜିଲ୍ଲା ପରିକ୍ରମା

ନୀଳାଚଳ ନେପାଳ ଆନ୍ତ୍ରର୍ଜାତୀୟ ସଂଗୋଷ୍ଠୀ ଉଦ୍ଘାଟିତ

ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ। ଟିକା ଫାଉଣ୍ଡେସନ ଓ ନେପାଳରେ ଚୈତନ୍ୟ ସାରସ୍ୱତ ସଭା ଆନୁକୁଲ୍ୟରେ ନାଳାଚଳ ଓ ନେପାଳ ଶିର୍ଷକ ଦୁଇଦିନିଆ ସଂଗୋଷ୍ଠୀ ରୁମାନୀ ହୋଟେଲ୍ ପରିସରରେ ଉଦ୍ଘାଟିତ ହୋଇଯାଇଛି।

ଗଜପତି ଦିବ୍ୟ ସିଂହ ଦେବ ସଂଗୋଷ୍ଠିକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରି କହିଥିଲେ ଯେ, ଆଧୁନିକ ସମାଜରେ ବିଦ୍ୱାନ ମାନଙ୍କ ଦ୍ୱାର ପ୍ରକାଶିତ ହୋଇଥିବା ସୁସ୍ତକରେ ନେପାଳ ଓ ଭାରତର ସଂମ୍ପର୍କରେ ପ୍ରକାଶିତ ହେବା ଦରକାର। ସନାତନ ମହତ୍ୱକୁ ପ୍ରତ୍ୟେକ ବୁଝିବା ଦରକାର। ପ୍ରାଚୀନ ସମୟରେ ଭାରତ ନେପାଳ ମଧ୍ୟରେ ଗୋଟିଏ ସଂସ୍କୃତି ଥିଲା। ଧର୍ମ ସଂସ୍କୃତି ର ମୂଳଭାଗ ଅପରିବର୍ତିତ ରହିବା ଦରକାର। ବେଦ ବିଜ୍ଞାନ ମଧ୍ୟ ସୁରକ୍ଷିତ ରହିବା ଆବଶ୍ୟକ।

ପ୍ରାରମ୍ଭରେ ପ୍ରତିଷ୍ଠାନର ମହାସଚିବ ରବିନ୍ଦ୍ର ନାଥ ପ୍ରତିହାରୀ ସେମିନାର ର ଉଦ୍ଦେଶ୍ୟ ସଂମ୍ପର୍କରେ ଆଲୋକପାତ କରିଥିବାବେଳେ ଅଧ୍ୟାପକ ସୁନୀଲ୍ ରଥ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାାଯାଇଥିଲା। ପ୍ରଫେସର ହରେକୃଷ୍ଣ ଶତପଥି ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ। ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡଃ. ସୁବାଷ ପାଣୀ ଅନ୍ୟତମ ବକ୍ତାଭାବେ ଯୋଗଦେଇ, ଏହି ସଂଙ୍ଗୋଷ୍ଠୀ ନୀଳାଚଳ ଓ ନେପାଳର ସଂସ୍କୃତି କୁ ଆହୁରୀ ଋଦ୍ଦିମନ୍ତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ପଶୁପତିନାଥ ମନ୍ଦିର ଟ୍ରଷ୍ଠର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରମେଶ ଭୂପତି ଏବଂ ପ୍ରଫେସର ମୋହନ ଫାରେଲ୍ ନେପାଳ ଓ ନୀଳାଚଳର ଭାବମତ ସଂମ୍ପର୍କ ସଂମ୍ପର୍କରେ ଆଲୋକପାତ କରିଥିବା ବେଳେ, ରାଧାବଲ୍ଲଭ ମଠାଧିଶ ରାମକୃଷ୍ଣ ଦାସ ଓ ଡଃ ନରେଶ ଦାସ ମଚାଂସନ ଥିଲେ। ଦୁଇଧିନିଆ ଏହି ସଂଗୋଷ୍ଠିରେ ୬୦ ରୁ ଉର୍ଦ୍ଧ୍ୱ ବିଦ୍ୱାନ ଓ ଗବେଶକ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top