ନୀଳାଚଳ ତତ୍ୱ ସନ୍ଧାନ ପରିଷଦର ଆଲୋଚନା ଚକ୍ର

ପୁରୀ ୨୫-୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀନୀଳାଚଳ ତତ୍ୱ ସନ୍ଧାନ ପରିଷଦର ବିଂଶତିତମ ବାର୍ଷିକୋତ୍ସବ ଉପଲକ୍ଷେ ‘ତନ୍ତ୍ର ସାହିତ୍ୟରେ ଶ୍ରୀଜଗନ୍ନାଥ’ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ସଦ୍ ଦ୍ଭାବନା ସଭାଗୃହରେ ପ୍ରଫେସର ଗୋପାଳ କୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛିା ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି ଏହାକୁ ଉଦ୍ଘାଟନ କରିଥିବାବେଳେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ପୂର୍ବ କୁଳସଚୀବ ପ୍ରଫେସର ପ୍ୟାରୀ ମୋହନ ପଟ୍ଟନାୟକ ଯୋଗ ଦେଇଥିଲେ। ଭିତ୍ତି ପ୍ରବନ୍ଧ ଉପସ୍ଥାପକ ଡ଼ଃ ଶ୍ରୀନିବାସ ଆଚାର୍ଯ୍ୟ ଏବଂ ସଂଯୋଜକ ଭାବେ ଅଧ୍ୟାପକ ସୁନୀଲ୍ ରଥ ଯୋଗ ଦେଇଥିଲେ।ଆଲୋଚନା ଚକ୍ରରେ ଡ଼ଃ ଉମେଶ ଚନ୍ଦ୍ର ଚିହ୍ନରା, ଇଂଜିନିୟରିଂ ବଳଦେବ ସିଂହାରୀ, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ଡ଼ଃ ନୃସିଂହ ଚରଣ ସାହୁ, ଡ଼ଃ ନୃସିଂହ ଗୁରୁ, ଡ଼ଃ ବିଜୟ ନାରାୟଣ ରାମାନୁଜ ଦାସ, ନାରାୟଣ ନନ୍ଦ, ରାଜ କୃଷ୍ଣ ମହାନ୍ତି, ସତ୍ୟନାରାୟଣ ମିଶ୍ର, ବାସନ୍ତୀ ମିଶ୍ର, ପୁର୍ଣ୍ଣଚନ୍ଦ୍ର ଗୋଛିକାର, ଡ଼ଃ ଭାସ୍କର ମିଶ୍ର, ଡ଼ଃ କଲ୍ୟାଣୀ ନନ୍ଦୀ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନବକିଶୋର ରଥ, ପୂର୍ଣ୍ଣଚନ୍ଦ୍ର ଦାସ, ଡ଼ଃ ପୁର୍ଣ୍ଣଚନ୍ଦ୍ର ସାହୁ, ନିର୍ମଳା ଫତେସିଂ, ଦୟାନିଧି ତ୍ରିପାଠୀ, ଡ଼ଃ ସ୍ୱାଗତିକା ମହାନ୍ତି, ହରେକୃଷ୍ଣ ପ୍ରଧାନୀ, ଡ଼ଃ ପ୍ରରାମ୍ଭା ଶ୍ରୀଯୋଗମାୟା, ଚନ୍ଦ୍ର ଶେଖର ମହାରଣା, ଅନନ୍ତ ଚରଣ ମହାନ୍ତି, ଅନାମ ଚନ୍ଦ୍ର ସାହୁ, ରଘୁନାଥ ମହାପାତ୍ର, ଡ଼ଃ ନରେଶ ଚନ୍ଦ୍ର ଦାଶ ପ୍ରମୁଖ ଅଶଂ ପ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ଉମେଶ ଚନ୍ଦ୍ର ଦାଶ ଅଶୋକ ଆଢ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *