ଓଡ଼ିଶା

ନୀଳଗିରି ବାଡ଼ରେ ଯୁବକଙ୍କ ମୃତଦେହ

ନବରଙ୍ଗପୁର ୧-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ସ୍ଥାନୀୟ ଚାମୁରିଆଗୁଡା ନିକଟସ୍ଥ ପ୍ରକୃତି ରିସୋର୍ଟ ସମ୍ମୁଖସ୍ଥ ଏକ ନିଳଗିରୀ ବାଡରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଚାମୁରିଆଗୁଡା ଅଞ୍ଚଳର ସତ୍ ପାଲ ଚୌଧୁରୀଙ୍କ ପୁଅ ଈଶ୍ୱର ଚୌଧୂରୀ ବୋଲି ଜଣା ପଡିଛି। ଘଟଣା ଅନୁଯାୟୀ, ଗୁରୁବାର ଦିନ ଈଶ୍ୱରଙ୍କ ମୃତ ଦେହ ନିଳଗିରୀ ବାଡରେ ପଡିଥିବା ଦେଖି ଅଞ୍ଚଳବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚରା କରିବା ସମୟରେ ମୃତକଙ୍କ ଅଜା ମନ୍ମଥ ପଟ୍ଟନାୟକ ଈଶ୍ୱରଙ୍କୁ ପୂର୍ବରୁ ମୂର୍ଛା ରୋଗ ରହିଥିଲା ବୋଲି ସୂଚନା ଦେଇଥିଲେ। ତେବେ ଗତକାଲି ପୂର୍ଣ୍ଣମୀ ରହିଥିବାରୁ ଈଶ୍ୱର ମୂର୍ଚ୍ଛା ରୋଗରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଶବର ଆଖି ପାର୍ଶ୍ୱରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିଲେ ଏହା ଏକ ଅପମୃତ୍ୟୁ ଘଟଣା ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାକୁ ଅଧିକ ତଦନ୍ତ କରିବାପାଇଁ କୋରାପୁଟରୁ ପୋଲିସ ସନ୍ଧାନୀ କୁକୁର ମଗାଯାଇଥିବା ନବରଙ୍ଗପୁର ଥାନା ଅଧିକାରୀ ତାରିଖ ଅହମ୍ମଦ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଈଶ୍ୱରଙ୍କ ନିଜ ଘର କେସିଗାଁ ଏବଂ ବାପାଙ୍କ ମୃତ୍ୟୁ ପରେ ସେ ଅଜାଙ୍କ ଘରେ ରହି ଏକ ଅଟୋ ଚଳାଇ ଜୀବିକା ନିର୍ବାହ କରୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top