ଓଡ଼ିଶା

ନୀଳଗିରିର ସ୍ୱର୍ଣ୍ଣଚୂଡ ପାହାଡ ଓ କୁପାରୀ ଶାରିଶୁଆ ପାହାଡରେ ବେଆଇନ ବ୍ଲାଷ୍ଟିଂ ବନ୍ଦ ହେଉ, ଲୋକଙ୍କୁ ମିଳୁ ସୁରକ୍ଷା

ଖଇରା /ବାଲେଶ୍ୱର, ୫/୧/୨୦୧୮(ଓଡିଆ ପୁଅ /ନରେନନ୍ଦ୍ର ପ୍ରସାଦ ବେହେରା)-ଆଜକୁ କିଛି ବର୍ଷ ପୂର୍ବେ ନୀଳଗିରିରେ ଜମିଦାରି ଓ ରାଜାରାଜୁଡା ଶାସନ ଚାଲୁଥିଲା। ସେତେବେଳେର ରାଜାଙ୍କର ରାଜଦରବାର ଏବେବି ପଡି ରହିଛି ନୀଳଗିରିରେ। ଯେଉଁ କେତେକ ଅଂଚଳକୁ ନେଇ ରାଜା ରାଜତ୍ୱ କରୁଥିଲେ ତା’ରି ମଧ୍ୟରେ ଥିବା ସ୍ୱର୍ଣ୍ଣଚୂଡ ପାହାଡ ଏବେବି ସେହି ନୀଳଗିରିରେ ଅବସ୍ଥିତ। ଜମିଦାରି ଓ ରାଜାରଜୁଡା ଶାସନ ବିଲୋପ ପରେ ସେତେବେଳର ସୌନ୍ଦର୍ଯ୍ୟଭରା ଏହି ପାହାଡ ଆଜି ସରକାର ଅଧିନରେ ଥାଇ ବି ବିକୃତ ହୋଇଯାଇଛି। ଶତ୍ରୃପକ୍ଷର ଗତିବିଧିକୁ ଲକ୍ଷକରିବା ପାଇଁ ସେହି ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ସ୍ୱର୍ଣ୍ଣଚୂଡ ପାହାଡରେ ପ୍ରତୀରକ୍ଷା ବିଭାଗ ପକ୍ଷରୁ ବସିଛି। କିନ୍ତୁ ଏହି ପାହାଡରେ ଥିବା ଗଛକୁ କଟାଯାଇ ବିଭିନ୍ନ କାର୍ଯ୍ୟପାଇଁ ଲଗାଯିବାଦ୍ୱାରା ଜଙ୍ଗଲରେ ଶହଶହ ଗଛ ମାଟିରେ ମିଶିଥିବା ଦେଖିବାକୁ ମିଳିଛି। ପରିବେଶ ନଷ୍ଟ ହେବା ସହିତ ଜୀବଜନ୍ତୁମାନେ ବାସସ୍ଥାନ ହରେଇ ବସିଛନ୍ତି। ସେହିପରି ବିଭିନ୍ନ ସମୟରେ ହୋଉଥିବା ବ୍ଲାଷ୍ଟିଂରେ ସ୍ୱର୍ଣ୍ଣଚୂଡ ଜଙ୍ଗଲ ପୋଡିଯାଉଥିବା ବେଳେ ବନ ଓ ଅଗ୍ନିଶମ ବିଭାଗ ପାହାଡ ଉପରେ ଚଢି ନିଆଁ ଲିଭାଇବା କାର୍ଯ୍ୟରେ ବ୍ୟସ୍ତ ଥିବାର ଦେଖିବାକୁ ମିଳୁଛି। ନିର୍ମାଣ କାର୍ଯ୍ୟ ପାଇଁ ବିଭିନ୍ନ ଠିକାଦାରମାନେ ବ୍ଲାଷ୍ଟିଂ କରିବା ଯୋଗୁ ତଳକୁ ପଥରସବୁ ଗଡି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିବାର ଅନେକବାର ଦେଖିବାକୁ ମିଳିଛି। ନଦୀର ସୋ୍ରତ ଭଳି ପାହାଡ ଉପରେ ପଥର ସୋ୍ରତ ସୃଷ୍ଟି ହେବାର ଜଣାଯାଇଛି। ଯଦ୍ୱାରା ଶହଶହ ମୂଲ୍ୟବାନ ଗଛ ନଷ୍ଟ ହେବା ସହ ପାହାଡରେ ଥିବା ବନ୍ୟଜନ୍ତୁ ସବୁ ଭୟଭୀତ ହୋଇ ଜନବସତିକୁ ପଶି ଆସୁଥିବାର ଜନସାଧାରଣ ଦେଖିଛନ୍ତି। ପୂର୍ବରୁ ଏଭଳି ବହୁ ଅଭିଯୋଗ ଆସିବା ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଏଭଳି କାର୍ଯ୍ୟକୁ ମାସ ମାସ ଧରି ବନ୍ଦ କରିଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ପୁଣି ବେପରୁଆ ନୀତିରେ କାର୍ଯ୍ୟ ଚାଲିଥିଲା। ଏପରିକି ପଥର କାଢିବା ପରେ ଗୋଟିଏ ସ୍ଥାନରେ ସବୁ ପଥର ଗଛିତ କରି ରଖିବାକୁ ପ୍ରତିରକ୍ଷା ବିଭାଗର ନିର୍ଦ୍ଦେଶ ଥିଲେହେଁ ସପୃକ୍ତ ସଂସ୍ଥା ଏହି ନିର୍ଦ୍ଦେଶକୁ ଭୂକ୍ଷେପ ନକରି ଓଲଟା ସ୍ଥାନୀୟ ଶ୍ରମିକଙ୍କୁ ଲଗାଇ ସେହିଠାରେ ହିଁ ପଥର ସବୁ ଫୁଟାଇ ବିଭିନ୍ନ ପ୍ରକାର ନିର୍ମାଣଧିନ କାର୍ଯ୍ୟରେ ଲଗାଉଥିବାର ଜଣାଯାଇଛି। ପ୍ରତିରକ୍ଷା ବିଭାଗକୁ ନଜଣାଇ ଠିକାଦାର ସଂସ୍ଥା ଏଭଳି ବେଆଇନ କାର୍ଯ୍ୟ କରୁଥିବାର ମଧ୍ୟ ବହୁବାର ଅଭିଯୋଗ ହୋଇଛି। ତେବେ ଅନେକ ସମୟରେଏଭଳି ବେଆଇନ ବ୍ଲାଷ୍ଟିଂ ଯୋଗୁ ପଥର ଖଣ୍ଡ ଛଟିକି ପଡି ବହୁତ କିଛି କ୍ଷତି ଘଟାଇଥିବାବେଳେ ଅନେକ ସମୟରେ ହଠାତ୍ ଅଗ୍ନି ଉତ୍ପନହୋଇ ଜଙ୍ଗଲ ପୋଡିଯାଉଥିବାର ଦେଖାଯାଇଛିି। ଏଥିରେ ଅନେକ ଛୋଟବଡ ଗଛ ପୋଡି ଯାଇଥିବାର ନଜରକୁ ଆସିଛି। ନିଆଁ ଲାଗିଥିବା ଖବର ପାଇ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀ ମାନଙ୍କୁ ପାହାଡ ଉପରକୁ ଚଢି ଦୀର୍ଘ ଘଣ୍ଟଧରି ନିଆଁକୁ ଲିଭାଇବାକୁ ଉଦ୍ୟମ କରି ସଫଳ ହୋଇଥିବାର କର୍ମଚାରୀମାନଙ୍କୁ ସାଧାରଣରେ ପ୍ରଶଂସା ମିଳିଛି। ସେହିପରି ବେଳେବେଳେ ଅଗ୍ନିକାଣ୍ଡ ଘଟଣା ପରେ ଘଟଣାସ୍ଥଳକୁ କାହାରିକୁ ନଛାଡିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏନେଇ ଅନେକ ସମୟରେ ଉତ୍ତେଜନା ପ୍ରକାଶ ପାଇବାପରେ ସ୍ଥାନୀୟ ଅଂଚଳରେ ରାଜନେତାମାନେ ପହଞ୍ଚି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରି ସ୍ଥାନୀୟ ଅଂଚଳ ସହିତ ସ୍ୱର୍ଣ୍ଣଚୂଡ ପାହାଡର ସୁରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ତରଫରୁ ନିରପେକ୍ଷ ତଦନ୍ତ କରି ବେଆଇନ କାର୍ଯ୍ୟ ବନ୍ଦ କରିବାକୁ ସାଧାରଣରେ ଦାବି କରାଯାଉଛି। ବେଆଇନ ବ୍ଲାଷ୍ଟିଂ ଯୋଗୁ ପାହାଡରେ ରହୁଥିବା ବନ୍ୟଜନ୍ତୁମାନେ ଭୟରେ ଜନବସତିକୁ ପଶିଆସି ଧନଜୀବନ କ୍ଷତିକରିବା ସହିତ ଘରଦ୍ୱାର ନଷ୍ଟ କରିଦେଉଛନ୍ତି ଯାହଫଳରେକି କ୍ଷତିପୂରଣ ପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କୁ ଦେବାକୁ ପଡୁଛି। ସେହିପରି କୁପାରୀ ଶାରିଶୁଆ ପାହାଡ ଏଥିରୁ ମଧ୍ୟ ବାଦ୍ ଯାଇନାହିଁ। ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେଉଥିବାର ଡିଡିମ ପିଟୁଥିବା ସରକାର ଖଣିମାଫିଆଙ୍କ ପାଖରେ ବନ୍ଧା ପଡିଛି। ତୂରନ୍ତ ସରକାର ଖଣି ମାଫିଆଙ୍କ ବନ୍ଧନରୁ ମୁକୁଳି ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ ନୀଳଗିରିର ସ୍ୱର୍ଣ୍ଣଚୂଡ ପାହାଡ ଓ କୁପାରୀ ଶାରିଶୁଆ ପାହାଡରେ ହେଉଥିବା ବେଆଇନ ବ୍ଲାଷ୍ଟିଂକୁ ବନ୍ଧ କରିବା ସଙ୍ଗେସଙ୍ଗେ ଅଧିକ ପରିମାଣରେ ପୁଲିସ ଫୋର୍ସ ମୁତୟନ ସହିତ ବେଆଇନ ଚୋରାବେପାରୀଙ୍କ ପ୍ରତି କଠୋର ପଦକ୍ଷେପନେବାକୁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top