ଅନୁଗୁଳ

ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ୨୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଦିନ କଲେଜ ପରିସରରେ ଉଦଯାପିତ ହୋଇଯାଇଛି। ଗତ ୯ତାରିଖ ଦିନ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ତାଳଚେର ବିଧାୟକ ତଥା କଲେଜ ପରିଚାଳନା ସମିତିର ସଭାପତି ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କ୍ରୀଡ଼ା ଓ ଯୋଗର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ୨ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୨୪ଟି ବିଭାଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ବାଳକ ବିଭାଗରେ ଯୁକ୍ତ ୩ର ଛାତ୍ର ଚନ୍ଦନ ପ୍ରସାଦ ଓ ଯୁକ୍ତ୨ର ଛାତ୍ରୀ ସୁଭଦ୍ରା ବିଶ୍ୱାଳ ବାଳିକା ବିଭାଗରେ ଚାମ୍ପିୟାନ ହୋଇଥିଲେ। କ୍ରୀଡା ଶିକ୍ଷକ ଅଶ୍ୱନୀ ସାମନ୍ତ ସମସ୍ତ ଖେଳ ପରିଚାଳନା କରିଥିଲେ। ସେହିପରି ଯୁକ୍ତ ୩ ଅଧ୍ୟକ୍ଷ ବଳଭଦ୍ର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଏମ୍.ସି.ଏଲ୍ ଜଗନ୍ନାଥ କୋଇଲାକ୍ଷେତ୍ରର ମହାପ୍ରବନ୍ଧକ ଏମ୍.ଜି. ବ୍ରହ୍ମପୁରକର, ସମ୍ମାନୀତ ଅତିଥିଭାବେ ଯୁକ୍ତ୨ ଅଧ୍ୟକ୍ଷ ଚିନ୍ତାମଣି ବେହେରା ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡ଼ା ସମ୍ପାଦକ ରମେଶ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ +୨ ଅଧ୍ୟକ୍ଷ ଶ୍ରୀ ବେହେରା କଲେଜର ଅଭାବ ଅସୁବିଧା ସମ୍ପର୍କରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡ଼ା ସଂସଦର ଉପସଭାପତି ଅଧ୍ୟାପକ ସୁମନ୍ତ ମାଝୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଡ.ତନୁଜା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ଶୁଭଦର୍ଶନୀ ମହାପାତ୍ର, ଅଧ୍ୟାପକ ଦୀପକ କୁମାର ପ୍ରଧାନ, ପ୍ରଦର୍ଶକ ନିର୍ମଳ କୁମାର ପାଢୀ, ବାବୁଲା ସାମନ୍ତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଏହି କ୍ରୀଡ଼ା ଉତ୍ସବକୁ ସଫଳ ଆୟୋଜନ କରିବାରେ ସକ୍ରିୟ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top