ନୀଳକଣ୍ଠେଶ୍ୱର ପୋଖରୀକୁ ହତ୍ୟା ଉଦ୍ୟମ

ଯୋଡା- ତା ୩୧/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାଞ୍ଚଳ ଅନ୍ତର୍ଗତ ୧୩ନଂ ୱାର୍ଡ ଖୁଣ୍ଟପାଣୀସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଏକ ପୋଖରୀ ୱାର୍ଡ ବାସିନ୍ଦାଙ୍କ ସ୍ନାନ, ପାନୀୟ ଜଳ ଭଳି ମୌଳିକା ସୁବିଧା ମେଣ୍ଟାଇବାର ଏକମାତ୍ର ମାଧ୍ୟମ ଦୀର୍ଘ ଦଶନ୍ଦି ଧରି ପାଲଟିଆସିଥିଲା। କେନ୍ଦ୍ର ସରକାରଙ୍କର ପୋଖରୀ ଉନ୍ନତି କରଣ ଯୋଜନାରେ ଏହାର ପୁନଃଉଦ୍ଧାର କାର୍ଯ୍ୟ ଯୋଡା ପୌରପାଳିକା ହାତକୁ ନେଇଛି। ଏହି ପୋଖରୀଟିରେ ବର୍ଷା ଜଳ ସଂରକ୍ଷିତ ରହିବା ସହିତ ଅନେକ ଗୁଡିଏ ପ୍ରାକୃତିକ ଝର ଯୋଗୁଁ ଗ୍ରୀଷ୍ମ କାଳରେ ମଧ୍ୟ ଏହା ୱାର୍ଡ ବାସୀଙ୍କର ଶୋଷ ମେଣ୍ଟାଇଥାଏ। ଏହି ପୋଖରୀ ଯୋଗୁଁ ନିକଟସ୍ଥ ଗ୍ରାମବାସୀଙ୍କର କୂପ, ନଳକୂପର ଜଳସ୍ଥର ମଧ୍ୟ ସନ୍ତୁଳିତ ହୋଇଥାଏ। ଏହି ପୋଖରୀଟିର ପୁନଃଉଦ୍ଧାର ଅବୈଜ୍ଞାନୀକ ପ୍ରକ୍ରିୟାରେ କରାଯାଇ ଏବେ ପୋଖରୀର ଚତୁଃପାଶ୍ୱର୍ରେ ମୋଟା ରଡ ଦେଇ ଢଳେଇ ପାଚେରୀ ନିର୍ମାଣ କାର୍ଯ୍ୟ କରାଯାଉଛି। ଫଳରେ ଏହି ପୋଖରୀକୁ ଜଳ ଯୋଗାଉଥିବା ପ୍ରାକୃତିକ ଝରଣା ଗୁଡିକ ବନ୍ଦ ହୋଇଯିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପୋଖରୀର ଚତୁଃପାଶ୍ୱର୍ରେ ଢଳେଇ କରାନଯାଇ ପଥର ବନ୍ଧ ବାନ୍ଧିବାକୁ ଗ୍ରାମବାସୀମାନେ ଦାବି କରୁଥିବା ବେଳେ ସମ୍ପୃକ୍ତ ଠିକାଦାର ରବିନାରାୟଣ ସାହୁ ଗ୍ରାମବାସୀଙ୍କୁ ଜାତୀଆଣ ଭାବ ନେଇ ଅସଦ୍ବ୍ୟବହାର କରିଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେବେ ପୌରପାଳିକାର ଏହି କାର୍ଯ୍ୟ ପୋଖରୀର ପୁନଃଉଦ୍ଧାର ବଦଳରେ ପୋଖରୀଟିକୁ ହତ୍ୟା କରାଯାଉଛି ବୋଲି ଗ୍ରାମବାସୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ଠିକାଦାରଙ୍କ ବଦଳରେ ଅନ୍ୟ ଜଣେ ଠିକାଦାରଙ୍କୁ ନିଯୁକ୍ତି କରି ପଥର ବନ୍ଧ ବାନ୍ଧିବାକୁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *