ନୀଳକଣ୍ଠେଶ୍ୱର କଲେଜ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ଏବିଭିପି

ତାଳଚେର,୨୦/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାଉଥ ବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ପକ୍ଷରୁ ପ୍ରାର୍ଥି/ପ୍ରାର୍ଥିନୀ ଦିଆଯାଇଛି । ସଭାପତି ଭାବେ ସୈାଭାଗ୍ୟ ନାଏକ, ଉପ ସଭାପତ ିଭାବେ ଅଙ୍କିତା ରାଏ,ସାଧାରଣ ସମ୍ପାଦକଭାବେ ଲିପୁନ ପ୍ରଧାନ,କ୍ରୀଡ଼ା ସମ୍ପାଦକଭାବେ ବଶିଷ୍ଟ ଗୈାଡ଼, ସହ ସମ୍ପାଦକଭାବେ ଜଗନ୍ନାଥ ତୁଙ୍ଗ,ନାଟ୍ୟ ସଂସଦ ସମ୍ପାଦିକାଭାବେ ଅମିନା ଦାସ ପ୍ରତିଦ୍ୱନ୍ଦିତା କରୁ ଥିବାର ସୂଚନା ଦିଆଯାଇଛି । ଚଳିତ ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥି ଓ ପ୍ରାର୍ଥିନୀମାନେ ଭଲ ପ୍ରଦର୍ଶନ କରିବେ ବୋଲି ଏବିଭିପି ପକ୍ଷରୁ ଆଶାପ୍ରକଟ କରାଯାଇଛି ।

Leave a Reply

Your email address will not be published. Required fields are marked *