ଆନ୍ତର୍ଜାତୀୟ

ନୀରବ ମୋଦୀ ପହଁଞ୍ଚିଲେ ବ୍ରିଟେନ, ମାଗିଲେ ରାଜନୈତିକ ଶରଣ – ରିପୋର୍ଟ

ନୂଆ ଦିଲ୍ଲୀ ୧୧/୬ (ଓଡ଼ିଆ ପୁଅ) ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନୀରବ ମୋଦୀ ଏବଂ ତାଙ୍କର ମାମା ମେହୁଲ ଚୋକସୀ ଉପରେ ୧୩,୪୦୦ କୋଟି ଟଙ୍କାର ଫ୍ରଡ଼ ଆରୋପ ଲଗାଇଛି।

୧୩,୪୦୦ କୋଟିର ପିଏନବି ବ୍ୟାଙ୍କ ଫ୍ରଡ଼ କେସରେ ଆରୋପୀ ନୀରବ ମୋଦୀ ଲଣ୍ଡନ ପଳାୟନ କରିଛନ୍ତି। ଫାଇନାନସିଆଲ ଟାଇମ୍ସରେ ରବିବାରଦିନ ଛପିଥିବା ଏକ ରିପୋର୍ଟ ମୁତାବକ, ସେଠାରେ ସେ ରାଜନୈତିକ ଶରଣ ଭିକ୍ଷା କରିଛନ୍ତି। ଅବଶ୍ୟ ବ୍ରିଟେନର ଗୃହ ବିଭାଗ ଏହି ବିଷୟରେ କୌଣସି ମଧ୍ୟ ସୂଚନା ଦେବାକୁ ମନା କରିଦେଇଛନ୍ତି।

ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ପଂଜାବ ନ୍ୟାସନାଲ ବ୍ୟାଙ୍କ ନୀରବ ମୋଦୀ ଏବଂ ତାଙ୍କର ମାମା ମେହୁଲ ଚୋକସୀଙ୍କ ଉପରେ ୧୩,୪୦୦ କୋଟିଟଙ୍କାର ଫ୍ରଡ଼ ଆରୋପ ଲଗାଇଛି। ଭାରତର ବିଦେଶ ମନ୍ତ୍ରଣାଳୟ କହିଛି, ପ୍ରତ୍ୟର୍ପଣ ପାଇଁ ଲ୉ ଇନ୍ଫୋର୍ସମେଣ୍ଟ ଏଜେଂସିମାନଙ୍କ ଦ୍ଵାରା ହିଁ ନୀରବ ମୋଦୀ ପର୍ଯ୍ୟନ୍ତ ପହଁଞ୍ଚିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି।

କୁହାଯାଇପାରେଯେ, କି ଭାରତ ପୂର୍ବରୁ ହିଁ ବିଜୟ ମାଲ୍ୟାଙ୍କର ପ୍ରତ୍ୟର୍ପଣର ଅପେକ୍ଷାରେ ଅଛି। ବିଜୟ ମାଲ୍ୟାଙ୍କ ଉପରେ ମଧ୍ୟ ଆଇଡିବିଆଇ ସହିତ ଅନେକ ବ୍ୟାଙ୍କର ଫ୍ରଡ଼ ଆରୋପ ଅଛି।

ଏହି ମାମଲାରେ ସିବିଆଇ ମଇରେ ନୀରବ ମୋଦୀ, ଚୋକସୀ, ପୂର୍ବ ପିଏନବି ଚିଫ ଉଷା ଅନନ୍ତ ସୁବ୍ରମଣ୍ୟମ, ବ୍ୟାଙ୍କ ଦୁଇଜଣ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଏବଂ ନୀରବ ମୋଦୀଙ୍କର ତିନୋଟି କମ୍ପାନୀସହିତ ୨୫ଜଣ ଲୋକମାନଙ୍କ ବିରୁଦ୍ଧରେ ଚାର୍ଜସିଟ ଦାୟରକରାଯାଇଛି। ଅବଶ୍ୟ ନୀରବ ମୋଦୀ ଏବଂ ଚୋକସୀ ନିଜର ଉପର ଲାଗିଥିବା ଏହି ଆରୋପକୁ ଖାରଜ କରିଛନ୍ତି।

ଗତ ମାସରେ ସିବିଆଇ ବ୍ୟାଙ୍କର ଦୁଇଜଣ ଏକ୍ଜିକ୍ୟୁଟିଭଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ ଦାୟର କରିଥିଲେ। ତାଙ୍କ ଉପର ଆରୋପ ଥିଲା କି ୨୦୧୬ରେ ସେ କ୍ରେଡିଟ ଗାରେଣ୍ଟି ମାମଲାରେ ବ୍ୟାଙ୍କକୁ ଭ୍ରମରେ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top