ନୀତି ଆୟୋଗର ପ୍ରତିନିଧିମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

– ପାରାଦୀପ-ଧାମରା ଅଞ୍ଚଳକୁ ଉପକୂଳ ଅର୍ଥନୈତିକ ଅଞ୍ଚଳ (Coastal Economic zone) ଭାବରେ ବିକଶିତ କରାଯିବ
ଭୁବନେଶ୍ୱର ୨/୭ (ଓଡ଼ିଆ ପୁଅ) ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ କାନ୍ତଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର ଏକ ପ୍ରତିନିଧି ଦଳ। ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ଘଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି।

ବୈଠକରୁ ଜଣାଯାଇଛି ଯେ ପାରାଦୀପ ବନ୍ଦର ଓ ଧାମରା ବନ୍ଦରର ସଂଯୋଗୀକରଣ କରାଯାଇ ସଂପୃକ୍ତ ଅଞ୍ଚଳକୁ ଏକ ଉପକୂଳ ଅର୍ଥନୈତିକ ଅଞ୍ଚଳ ଭାବରେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ କାନ୍ତ କହିଲେ ଯେ ଏହି ଦୁଇଟି ଅଞ୍ଚଳର ସଂଯୋଗୀକରଣ ଦ୍ୱାରା ଏହି ଅଞ୍ଚଳରେ ଅର୍ଥନୈତିକ ବିକାଶର ବ୍ୟାପକ ସଂଭାବନା ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧାମରା-ପାରାଦୀପ ଅଞ୍ଚଳକୁ ଏକ ବିଶ୍ବସ୍ତରୀୟ ଅର୍ଥନୈତିକ ଅଞ୍ଚଳ ଭାବରେ ବିକଶିତ କରିବାପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ନୀତି ଆୟୋଗର ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *