ନିୟୋଜନ କ୍ଷେତ୍ରରେ ଭାରତ-ସିଙ୍ଗାପୁର ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସହରୀ ନିୟୋଜନ ଏବଂ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ ପିଛିଲା ଭାବେ ଅନୁମୋଦନ କରିଛନ୍ତି। ଏହି ବୁଝାମଣା ୩୧ ମେ, ୨୦୧୮ରେ ସ୍ୱାକ୍ଷରିତ ହୋଇଥିଲା।

ସହରୀ ବିକାଶ ଏବଂ ପରିଚାଳନା ଏବଂ ଅନ୍ୟ କ୍ଷେତ୍ରରେ ସିଙ୍ଗାପୁର ଏଜେନ୍ସିଗୁଡ଼ିକର ବିଶେଷଜ୍ଞତାର ଲାଭ ନେବା ଲାଗି ନଗରପାଳିକା ସଂସ୍ଥାଗୁଡ଼ିକ ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକୁ ସହାୟତା ଦେବା ଏବଂ ଏପରି ସହରୀ ସଂରକ୍ଷଣ, ମିଶନରେ ସହଯୋଗ କରିବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ। ଏହାକୁ ନୀତି ଆୟୋଗରେ କ୍ଷମତା ସୃଷ୍ଟି ହେବ ଏବଂ ସାକ୍ଷ୍ୟ ଆଧାରିତ ନୀତି ପ୍ରଣୟନ, ମୂଲ୍ୟାଙ୍କନ ଆଦିରେ ଅଧିକାରୀମାନେ ଦକ୍ଷତା ସମ୍ପନ୍ନ ହୋଇପାରିବେ। ଏଥିସହିତ ନୀତି ଆୟୋଗଙ୍କୁ ଆହୁରି ଅଧିକ ପ୍ରଭାବୀ ଢଙ୍ଗରେ ଥିଙ୍କ ଟ୍ୟାଙ୍କ ଭୂମିକା ତୁଲାଇବାରେ ସହାୟତା ମିଳିପାରିବ।

ବୁଝାମଣାପତ୍ର ଅନ୍ତର୍ଗତ ନିୟୋଜନ କ୍ଷେତ୍ରରେ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଜାରି ରହିବ, ଏଥିରେ ସହରୀ ନିୟୋଜନ, ଜଳ ଏବଂ ବର୍ଜ୍ୟ ଜଳ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିବହନ ବ୍ୟବସ୍ଥା ଏବଂ ଜନ ପାଣ୍ଠି ଯୋଗାଣ (ସରକାରୀ ଘରୋଇ ଭାଗିଦାରୀ)ର କାର୍ଯ୍ୟ କରାଯିବ।

ପ୍ରମୁଖ ପ୍ରଭାବ :

ଏହି ବୁଝାମଣାପତ୍ର ଦ୍ୱାରା ଶ୍ରେଷ୍ଠ ପ୍ରଚଳନ ଜ୍ଞାନର ପ୍ରସାର ହେବ, କ୍ଷମତା ନିର୍ମାଣ ଏବଂ ଏବଂ ସହରୀ ନିୟୋଜନ, ଜଳ ଏବଂ ବର୍ଜ୍ୟ ଜଳ ପରିଚାଳନା, କଠିନ ଆବର୍ଜନା ପରିଚାଳନା, ପରିବହନ ବ୍ୟବସ୍ଥା ଏବଂ ଜନ ପାଣ୍ଠି ଯୋଗାଣ (ସରକାରୀ ଏବଂ ଘରୋଇ ଭାଗିଦାରୀ)କୁ ସହାୟତା ମିଳିପାରିବ।

କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସହରୀ ସ୍ଥାନୀୟ ସଂସ୍ଥାର ଅଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ଜ୍ଞାନର ଆଧାର ବଢ଼ାଇବା ଲାଗି ଅବସର ମିଳିବ ଏବଂ ଏହି ଲାଭ ସହରୀ ନାଗରିକ ସୁବିଧା ରୂପରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *