ଜିଲ୍ଲା ପରିକ୍ରମା

ନିୟମିତ ହୋଇନଥିବା ଗଣ ଶିକ୍ଷକ ନିୟମିତ କରିବା ପାଇଁ ଫାଙ୍କା ପ୍ରତିଶ୍ରୁତି, ପୁଣି ଆମରଣ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଗଣ ଶିକ୍ଷକ

ଖଡିଆଳ/ନୂଆପଡା-୨୮.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ରାଜ୍ୟ ସରକାର ମାଟ୍ରୀକ ପାସ କରିଥିବା ଗଣଶିକ୍ଷକ ମାନଙ୍କୁ ଯୁକ୍ତ ୨ ପାସ ସହିତ ସିଟି ତାଲିମ ଓ ଆଠ ବର୍ଷ ପୁରଣ କରିଥିବା ଗଣ ଶିକ୍ଷକ ମାନଙ୍କୁ ଗତ ୧.୩.୧୭ ମସିହାରୁ ନିୟମିତ ଶିକ୍ଷକ ଭାବରେ ପରିଗଣିତ କରିବା ପାଇଁ ନିର୍ଦ୍ଦେଶ ନାମା ପ୍ରକାଶ କରିଥିଲେ। ତଦନୁରୁପ ନୁଆପଡା ଜିଲା ଶିକ୍ଷା ଅଧିକାରୀ ଗତ ଜାନୁୟାରୀ ୮ ତାରିଖ ୨୦୧୮ ମସିହାରେ ୭୩୧ ଜଣ ଗଣ ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ଖଡିଆଳ ବ୍ଲକର ୧୧ ଜଣ ସମେତ ନୁଆପଡା ଜିଲାର ସର୍ବମୋଟ ୬୫ ଜଣ ଗଣ ଶିକ୍ଷକ ଙ୍କୁ ନିୟମିତ ଗଣ ଶିକ୍ଷରୁ ବାଦ ଦେଇଥିବା ଜଣାପଡିଛି। ପ୍ରକାଶ ଥାଉକି ନିଶ୍ଚିତ ଶିକ୍ଷା ଯୋଜନାରୁ ଗଣ ଶିକ୍ଷକ ଭାବରେ ନିଯୁକ୍ତି କରିବା ପୁର୍ବରୁ କେତେଗୁଡିଏ ସର୍ତ୍ତ ରଖିଥିଲେ ରାଜ୍ୟ ସରକାର। ମାଟ୍ରିକ ପାସ କରି ଯୁକ୍ତ ୨ ପାସ କରି ପାରିଥିବା ଶିକ୍ଷକ ମାନେ ୨୦୧୯ ସୁଦ୍ଧା ଯୁକ୍ତ ୨ ପାସ ସହିତ ସିଟି ପାସ କରିବା ପାଇଁ ବାଧ୍ୟ। ହେଲେ ସେତେବେଲ ଶିକ୍ଷକ ମାନଙ୍କୁ କୈାଣସି ନିର୍ଦ୍ଦେଶ ଦିଆଯାଇନଥିଲା ଉପରିସ୍ଥ କର୍ମଚାରୀ ମାନଙ୍କ ଠାରୁ ଅନୁମତି ନେଇ ଯୁକ୍ତ ୨ ପରିକ୍ଷା ଦେବା ପାଇଁ। ଶିକ୍ଷକ ମାନେ ବିଦ୍ୟାଳୟ ରୁ ଛୁଟି ନେବା ଓ ବିଦ୍ୟାଲୟ ଦାୟୀତ୍ୱରେ ଥିବା ସ୍କୁଲ ଏସ.ଆଇ ଓ ପ୍ରଧାନ ଶିକ୍ଷକ ମାନଙ୍କ ଠାରୁ ଅନୁମତି ନେଇ ପରିକ୍ଷା ଦେଇଥିଲେ। ସେହି ଶିକ୍ଷକ ମାନେ ଯୁକ୍ତ ୨ ପାସ କରିଲା ପରେ ସିଟି ପରିକ୍ଷାରେ ମଧ୍ୟ ଉର୍ତ୍ତିଣ୍ଣ ହୋଇ ଶିକ୍ଷାଦାନ କରି ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର ଗଣ ଶିକ୍ଷକ ମାନଙ୍କ ନିଯୁକ୍ତି ୮ ବର୍ଷ ପରେ ନିୟମିତ ଶିକ୍ଷକ କରିବା ପାଇଁ ନିଦ୍ଦେର୍ଶ ପ୍ରଦାନ କରିଥିଲେ। ବର୍ତ୍ତମାନ ନୁଆପଡା ଜିଲାରେ ୭୩୧ ଜଣ ଗଣ ଶିକ୍ଷକ ନିୟମିତ ହୋଇଥିବା ବେଲେ ୬୫ ଜଣ ଗଣଶିକ୍ଷକ ନିୟମିତ ଶିକ୍ଷକରୁ ବାଦ ପଡିଁନ୍ତି। ଖଡିଆଳ ବ୍ଲକରେ ୧୧ ଜଣ ଗଣଶିକ୍ଷକ ନିୟମିତ ହୋଇ ପରିନଥିବାରୁ ଜାନୁୟାରୀ ମାସରୁ ଦିର୍ଘ ୩ ମାସ ହେଲା ନୁଆପଡା ଜିଲା ଶିକ୍ଷା ଅଧିକାରୀ ଓ ଖଡିଆଳ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପାଖରେ ନିୟମିତ କରିବା ପାଇଁ ନିବେଦନ କରିଆସୁଛନ୍ତି। ଏହି ୧୧ ଜଣ ଗଣ ଶିକ୍ଷକ ଯୁକ୍ତ ୨ ପରିକ୍ଷା ଦେବା ସମୟରେ ସ୍କୁଲ ଏସ.ଆଇ ଓ ପ୍ରଧାନ ଶିକ୍ଷକ ମାନଙ୍କ ଠାରୁ ଅନୁମତି ନେଇଥିଲେ। କିନ୍ତୁ ସ୍କୁଲ ଏସଆଇ ଓ ପ୍ରଧାନ ଶିକ୍ଷକ ମାନେ ଅଫିସ କାର୍ଯ୍ୟାଳୟରେ ଚିଠି ନମ୍ବର ଚଢାଇ ନଥିଲେ। ଯାହାଫଳରେ ନୁଆପଡା ଜିଲା ଶିକ୍ଷା ଅଧିକାରୀ ନକଳୀ ଅନୁମତି ପତ୍ର ବୋଲି ନିୟମିତ ଶିକ୍ଷକରୁ ବଞ୍ଚିତ କରିଛନ୍ତି। ଏଥିରେ ଉତକ୍ଷିପ୍ତ ହୋଇ ଖଡିଆଳ ର ୧୧ ଜଣ ଗଣଶିକ୍ଷକ ଏପ୍ରିଲ ୫ ତାରିଖ ଠାରୁ ଆମରଣ ଅନସନରେ ବସିବା ପାଇଁ ଧମକ ଦେଇଥିଲେ। କିନ୍ତୁ ବଞ୍ଚିତ ହୋଇଥିବା ଗଣ ଶିକ୍ଷକ ମାନଙ୍କୁ ଏପ୍ରିଲ ୧୮ ସୁଦ୍ଧା ନିୟମିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଖଡିଆଳ ବ୍ଲକ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ। କିନ୍ତୁ ଏପ୍ରିଲ ୧୮ ରୁ ୨୮ ତାରିଖ ହୋଇଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ରକ୍ଷା କରିନଥିବାରୁ ପୁଣି ଗଣଶିକ୍ଷକ ମାନେ ଆମରଣ ଅନସନରେ ଆସନ୍ତା ଏପ୍ରିଲ ୩୦ତାରିଖ ରୁ ବସିବେ ବୋଲି ଚତାବନୀ ଦେଇଛନ୍ତି। ଗଣ ଶିକ୍ଷକ ମାନଙ୍କ କହିବା କଥା ହେଲା ଏସଆଇ ଓ ପ୍ରଧାନ ଶିକ୍ଷକ ମାନେ ଅନୁମତି ପତ୍ର ଦେଲେ କିନ୍ତୁ ନିଜ ଅଫିସ କାର୍ଯ୍ୟଳୟରେ ଚିଠ ନମ୍ବର ଚଢାଇଲେ ନାହିଁ। ଏଥିପାଇଁ ଗଣଶିକ୍ଷକ ମାନେ କାହିଁକି ଦାୟୀ ରହିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ନିୟମିତ ଶିକ୍ଷକର ମାନ୍ୟତା ପାଇବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଲନ ରେ ଭୁଖ ହରତାଲ କରିବେ ବୋଲି ଚେତାବନୀ ଦେଇଛନ୍ତି। କୈାଣସି ଅଘଟଣ ହେଲେ ଜିଲା ଶିକ୍ଷା ବିଭାଗ ଦାୟୀରହିବେ ବୋଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top