ନିୟମିତ ବ୍ୟାୟାମ ଦ୍ୱାରା ହୃଦରୋଗକୁ ରୋକାଯାଇପାରିବ

ପୁରୀ, ୧୨/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଭାରତୀୟ ହୃଦରୋଗ ବିଶେଷଜ୍ଞ ସମିତିର ଓଡିଶା ଚାପ୍ଟରର ୨ ଦିନିଆ ୨୨ ତମ ବାର୍ଷିକ ସମ୍ମିଳନୀ ହୋଟେଲ ହଲିଡେରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ସମିତିର ରାଜ୍ୟ ସଭାପତି ପ୍ରଫେସର ସତ୍ୟନପାରାୟଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମ୍ନୀରେ ସଂପାଦକ ଡାଃ ବିଶ୍ୱରଂଜନ ମିଶ୍ର ବିବରଣୀ ପାଠ କରିଥିଲେ। ବୈଷୟିକ କମିଟି ଅଧ୍ୟକ୍ଷ ଶିଶୁଶଙ୍କର ମିଶ୍ର ଦମ୍ମିଳନୀର ସଂଗଠନ ସଂପାଦକ ଡାଃ ପ୍ରମୋଦ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଦୀପକ କୁମାର ମିଶ୍ର ମଂଚାସୀନ ଥିଲେ। ସମ୍ମଳନୀରେ ମତପ୍ରକାଶ ପାଇ ଥିଲା ଯେ ଓଡିଶାର ପ୍ରାୟ ୭୦ ଲକ୍ଷ ହୃଦରୋଗୀ ଥିବା ବେଳେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭିତ୍ତିଭୂମୀ ଆଦୌ ଯଥେଷ୍ଟ ନୁହେଁ। ମାତ୍ର ୪୦ ଜଣ ଡାକ୍ତରଙ୍କୁ ନେଇ ରାଜ୍ୟରେ ଚାଲିଛି ହୃଦରୋଗ ଚିକିତ୍ସା। ଏଥିଯୋଗୁଁ ରୋଗୀଙ୍କୁ ବେସରକାରୀ ଡାକ୍ତରଖାନାରେ ୩ ଗୁଣା ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ହୃଦସ୍ପନ୍ଦନରେ ଅନିୟମିତା ହୃଦଘାତ ବିନିତ ରୋଗ ଏବଂ ଆତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ସଂପର୍କରେ ସମ୍ମଳନୀରେ ଆଲୋଚନା କରାଯାଇଥିଲା। ସମ୍ମଳନୀରେ ଡାକ୍ତର ପି.କେ ଦେବ, ପ୍ରଫେସର ଉତ୍ତମ କୁମାର ପଟ୍ଟନାୟକ, ଡାକ୍ତର ଅନୁପମ ଜେନା, ଡାକ୍ତର ଏସ.କେ ଶର୍ମା, ଡାକ୍ତର ତ୍ରିନାଥ କୁମାର ମିଶ୍ର, ଡାକ୍ତା ପିଶ୍ୱରଂଜନ ମିଶ୍ର, ଡାକ୍ତର ଶୁଭ୍ର ବାନାର୍ଜୀ, ଡାଃ ସନ୍ଦୀପ ମିଶ୍ର, ଡାକ୍ତର ଯଶ ପାଲ ଶର୍ମା, ଡାକ୍ତର ସ୍ମୃତିରଂଜନ ମହାନ୍ତି ପ୍ରମୁଖ ଆଲେଖ୍ୟ ପ୍ରସଙ୍ଗ ଉପରେମତାମତ ଦେଇଥିଲେ। ସେମାନେ ଦର୍ଶାଇ ଥିଲେ ଯେ ଉଚ୍ଚରକ୍ତଚାପ, ରକ୍ତସର୍କରା ବୃଦ୍ଧି ଏବଂ ରକ୍ତରେ ଚର୍ବି ବୃଦ୍ଧି ଯୋଗୁଁ ଅନେକ ଲୋକ ହୃଦରୋଗରେ ଆକ୍ରାନ୍ତ ହେଉଛନ୍ତି। ଜୀବନ ଶୈଳୀରେ ପରିବର୍ତ୍ତନ ସମେତ ଖାଦ୍ୟ ଗ୍ରହଣରେ ସଂଜମଣ ଏବଂ ବ୍ୟାୟାମ ଦ୍ୱାରା ତାହାକୁ ରୋକାଯାଇପାରିବ। ଗରିବ ହୃଦରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟସେବା ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ଆଗେଇ ଆସିବାକୁ ମତପ୍ରକାଶ ପାଇଁ ଥିଲା। ଏହି ସମ୍ମିଳନୀରେ ନିର୍ଯ୍ୟାସ ଆଗାମୀ ଦଦନରେ ହୃଦରୋଗର ଚିକିତ୍ସା କ୍ଷେତ୍ରରେ ସହାୟକ ହେବ ବୋଲି ବିଶେଷଜ୍ଞ ମାନେ ଆଶା ପୋଷଣ କରିଥିଲେ।

Leave a Reply

Your email address will not be published. Required fields are marked *