ଓଡ଼ିଶା

ନିୟମିତ ନିଯୁକ୍ତି ପତ୍ର ପାଇବା ନେଇ ଜିଲା ଗଣଶିକ୍ଷକ ମହାସଂଘର ଅହୋରାତ୍ର ଗଣଧାରଣା ଆରମ୍ଭ

ଭଦ୍ରକ, ୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) :ଭଦ୍ରକ ଜିଲାର ଗଣଶିକ୍ଷକମାନଙ୍କ ଚାକିରୀର ସ୍ଥାୟୀକରଣକୁ ନେଇ ଆଜି ଜିଲା ଗଣଶିକ୍ଷକ ମହାସଂଘ ପକ୍ଷରୁ ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ ପୂର୍ବ ଘୋଷଣା ମତେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛନ୍ତି। ଏବଂ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରର ନକଲ ଜିଲାର ବିଭାଗୀୟ ସମସ୍ତ ପଦାଧିକାରୀଙ୍କ ସମେତ ମାନ୍ୟବର ଶିକ୍ଷା ଶାସନ ସଚିବ, ଶିକ୍ଷାମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି। ଗଣଶିକ୍ଷକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ନାୟକ ଓ ସଂପାଦକ ନିତ୍ୟାନନ୍ଦ ରାଉଳଙ୍କ ନେତୃତ୍ୱରେ ଜିଲାର ୬୮୩ ଜଣ ଗଣଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଟ ମାରି ଏହି ଅହୋରାତ୍ର ଧାରଣାରେ ବସିରହିଛନ୍ତି। ସେମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଥିବା ସ୍ମାରକପତ୍ର ମୂଳେ ସରକାରଙ୍କ ନିର୍ଦ୍ଦେଶନାମା ପତ୍ରାଙ୍କ ନଂ ୧୭୮୮୫/୧୮.୯.୧୭ ମୂଳେ ଏହି ଜିଲାରେ ୨୫.୯.୧୭ ପତ୍ରାଙ୍କ ନଂ ୮୩୭୫ ଅନୁଯାୟୀ ସମସ୍ତ ଗଣଶିକ୍ଷକଙ୍କୁ ସ୍ଥାୟୀକରଣ କରାଯାଇଥିଲା। ମାତ୍ର ପୁନର୍ବାର ସରକାରଙ୍କ ପତ୍ରାଙ୍କ ନଂ ୨୦୪୯୩, ତା ୨୭.୧୦.୧୭ ମୂଳେ ତାକୁ ପ୍ରତ୍ୟାହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ସରକାର ଗଣଶିକ୍ଷକମାନଙ୍କ ସମସ୍ୟାକୁ ସହୃଦୟତାର ସହ ହୃଦୟଙ୍ଗମ କରି ତାଙ୍କର ପତ୍ରାଙ୍କ ନଂ ୨୪୯୬୮, ତା ୧୫.୧୨.୧୭ ରିଖରେ ପୁନର୍ବାର ସେମାନଙ୍କୁ ଓଆରଭି ଆକ୍ଟ ଉଠାଇ ସ୍ଥାୟୀ କରିବା ପାଇଁ ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। ବିଗତ ଦିନରେ ଏହି ଜିଲାର ଜିଲାପାଳ ଓ ଶିକ୍ଷାଧିକାରୀଙ୍କ ବଳିଷ୍ଠ କାର୍ଯ୍ୟଦକ୍ଷତା ପାଇଁ ସମଗ୍ର ଜିଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। କିନ୍ତୁ ସରକାରଙ୍କ ଉପରୋକ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇବାର ଏକମାସ ୨୩ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏହି ଜିଲାରେ ଗଣଶିକ୍ଷକମାନଙ୍କୁ ନିୟମିତ ନିଯୁକ୍ତି ପତ୍ର ଦିଆଯାଇନାହିଁ। ଏଥିନେଇ ଜିଲାର ସମସ୍ତ ଗଣଶିକ୍ଷକ ଗତ ୨ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବାବେଳେ ଡେପୁଟି କଲେକ୍ଟର ତଥା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଧାରଣା ସ୍ଥଳକୁ ଆସି ଚଳିତ ମାସ ୫ ତାରିଖ ସୁଦ୍ଧା ନିୟମିତ ନିଯୁକ୍ତି ପତ୍ର ଦେବାପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଇତିମଧ୍ୟରେ ୨୯ଟି ଜିଲାର ଗଣଶିକ୍ଷକମାନେ ଏହି ପତ୍ର ପାଇସାରିଥିବାବେଳେ ଭଦ୍ରକ ଜିଲାରେ ଏହାର ବ୍ୟତିକ୍ରମ ପଛରେ କେଉଁ ଉଦ୍ଦେଶ୍ୟ ରହିଛି ବୋଲି ସଂଘ ଦାବି କରି ଏହା କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ସେମାନଙ୍କ ଗଣଧାରଣା ଅବ୍ୟାହତ ରହିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top