ନିୟମିତ ଅଡ଼ିଟ୍ ସରକାରୀ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରିବ ; ଜିଲାପାଳ

ଯାଜପୁର-୧୯/୭(ଓଡିଆ ପୁଅ/ଏ.ରାଉତ) ସରକାରୀ ଅର୍ଥର ସଠିକ୍ ବିନିଯୋଗ ବିକାଶକୁ ତ୍ୱରାନ୍ୱିତ କରିଥାଏ । ତେବେ ଏହାର ଅପବ୍ୟବହାର ସାଧାରଣ ଲୋକଙ୍କ ସମସ୍ୟାକୁ ଅଧିକ ବଢ଼ାଇଥାଏ । ତେଣୁ ଅର୍ଥର ସଦୁପଯୋଗ ସରକାରୀ ନିୟମ ଆଧାରରେ କରିବା ଉପରେ ଜିଲାପାଳ ରଂଜନ କୁମାର ଦାସ ଗୁରୁତ୍ୱାରୋପ କରିଛନ୍ତି । ମଙ୍ଗଳବାର ପୁର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଅନୁଷ୍ଠିତ୨ଦିନିଆ ଟ୍ରାଙ୍ଗୁଲାର କମିଟି ବୈଠକରେ ଯୋଗ ଦେଇ ଜିଲାପାଳ ଶ୍ରୀ ଦାସ ପ୍ରତ୍ୟେକ କାର୍ଯ୍ୟାଳୟ ମାନଙ୍କରେ ଅଡ଼ିଟ୍ ହେବା ଏକ ସାଧାରଣ ଅଥଚ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଅଡ଼ିଟ୍ ଦ୍ୱାରା କାର୍ଯ୍ୟ ଓ ଅର୍ଥର ବିନିଯୋଗର ପ୍ରକୃତ ତଥ୍ୟ ମିଳିଥାଏ ବୋଲି କହିଥିଲେ । ଯଦି କୈାଣସି କ୍ଷେତ୍ରରେ ଅନିୟମିତତା ବା ତ୍ରୁଟିଥାଏ ତେବେ ଅଡ଼ିଟ୍ ସମୟରେ ତାହା ଜଣାପଡ଼ିବା ସହ ସଂଶୋଧନ ପାଇଁ ବ୍ୟବସ୍ଥା ରହିଥାଏ । ତାହା ସତ୍ୱେ ଯଦି ଅଡ଼ିଟ୍କୁ ଅଣହେଳା କରାଯାଏ ତେବେ ଏହା ସମ୍ପୃକ୍ତ ଅଧିକାରୀ ବା କର୍ମଚାରୀଙ୍କ ପାଇଁ ସତର୍କ ଘଂଟି ସଦୃଶ । ଯାହା ତାଙ୍କୁ ପରବର୍ତି ସମୟରେ ଅନେକ ଅସୁବିଧାରେ ସମ୍ମୁଖିନ କରାଇବାର ସମ୍ଭାବନା ଥାଏ । ଏଥିପାଇଁ ଅଡ଼ିଟ୍ ସମୟରେ ସଠିକ୍ ତଥ୍ୟ ପ୍ରଦାନ ପାଇଁ ଜିଲାପାଳ ଶ୍ରୀ ଦାସ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ଅଧ୍ୟକ୍ଷତା କରିବା ସହ ଅଡ଼ିଟ୍ ପାରାଗୁଡ଼ିକର ନିର୍ଯ୍ୟାସ ଅନୁଯାୟୀ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, କେନ୍ଦ୍ରାଂଚଳ ରାଜସ୍ୱ କାର୍ଯ୍ୟାଳୟର ଏ.ଏଫ୍.ଏ ତଥା କନିଷ୍ଠ ସଚିବ ନିବେଦିତା ବିଶ୍ୱାଳ, ରାଜସ୍ୱ ପରିଷଦର ଅଡ଼ିଟ୍ ଅଫିସର ସଚିନ୍ଦ୍ର କଅଁର, ଅଡ଼ିଟ୍ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ରଂଜନ କୁମାର ଦାସ ପ୍ରମୁଖ ଅଡ଼ିଟ୍ ପାରା ଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ପ୍ରାରମ୍ଭରେ ଜିଲା ଅଡ଼ି୍ଟ ଅଧିକାରୀ ନମିତା ବାରିକ୍ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏଥିରେ ଜିଲାର ସମସ୍ତ ତହସିଲଦାର, ଡ଼େପୁଟୀ କଲେକ୍ଟର ଇନ୍ଦିରା ବେହେରା, ସହକାରୀ ଜିଲାପାଳ ଅନୁପ ବେହେରା, ମୁଖ୍ୟ କିରାଣୀ ଶୈଳଜା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *