ଓଡ଼ିଶା

ନିଶା ଔଷଧ କାରବାରରେ ଜଣେ ଗିରଫ

ଯୋଡା- ତା ୧୧/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ କମାରଯୋଡାସ୍ଥିତ କମଲ ମହାରଣାଙ୍କ ଘରୁ ବିପୁଳ ପରିମାଳରେ ପ୍ଲାଜ୍ମୋ କୋରେକ୍ସ ନିଶା ଔଷଧ ମିଳିବାରୁ ପୁଲିସ ତାଙ୍କୁ ଗିରଫ କରି ବୁଧୁବାର ଦିନ କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, କମଲ ମହାରଣାଙ୍କର ବାସଗୃହ ସହିତ ଏକ ଦୋକାନ ଗୃହ ସଂଲଗ୍ନ ରହିଛି। ସେ ଏହି ଦୋକାନରେ ପ୍ଲାଜ୍ମୋ କୋରେକ୍ସ ନିଶା ଔଷଧ ନିୟମିତ ବିକ୍ରି କରିଥାନ୍ତି। ଏହି ନିଶା ଔଷଧ ସେବନ କରି ଶହ ଶହ ଯୁବକ ନିଶା ଗ୍ରସ୍ଥ ହେଉଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇଁ ତାଙ୍କ ଘର ଉପରେ ଚଢୋଉ କରିଥିଲା। ଏହି ଚଢୋଉରେ ବିପୁଳ ପରିମାଣରେ ନିଶା ଔଷଧ ମିଳିବା ସହ ଏହି ବ୍ୟବସାୟରେ ନିୟୋଜିତ ଏକ କାର ନଂ. ଜେଏଚ୍-୦୫ଏକ୍ସ-୫୨୮୫କୁ ମଧ୍ୟ ଜବତ କରିଛି। ଯୋଡା ଥାନା କେଶ ନଂ. ୬୬/୧୫ରେ ଦଫା ୨୭୪, ୨୭୫ରେ ମାମଲା ଋଜୁ କରାଯାଇଥିବା ଜଣାପଡିଛି। ଯୋଡା ସହରର ବିଭିନ୍ନ ଔଷଧ ଦୋକାନ ମାନଙ୍କରେ ଅବାଧରେ ଏହି ନିଶା ଔଷଧ ବିକ୍ରି ହେଉଥିବା ବେଳେ ଯୁବକ ଓ କୋମଳମତି ଶିଶୁମାନେ ଏହି ନିଶାର ଶିକାର ହେଉଥିବା ଦେଖିବାକୁ ମିଳିଛି। ତେବେ ଖୁବ୍ ଶୀଘ୍ର ଅବୈଧ ଘୋଷଣା କରାଯାଇଥିବା ଏହି ନିଶା ଔଷଧ ଅନ୍ୟାନ୍ୟ ଔଷଧ ଦୋକାନରେ ଜବତ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top