ଜିଲ୍ଲା ପରିକ୍ରମା

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧି ଦିବସ

ପୁରୀ: ୨୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଜିଲ୍ଲା ସାମାଜିକ ସୁରକ୍ଷା ଓ ଶସକ୍ତ କରଣ ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଛି ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ନିରୋଧ ଦିବସ। ଏହି ଅବସରରେ ପୁର୍ବାହ୍ନରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସଦ୍ଭାବନା ସଭାଗୃହରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ ଅଧ୍ୟକ୍ଷତା କରିକହିଲେ ଯେ, ନିଶା ହେଉଛି ଆମର ଆମର ଶତୃ ପ୍ରତ୍ୟେକ ଏହାକୁ ପରିହାର କଲେ ଏକ ସୁସ୍ଥ ଜୀବନ ପାଇଁ ପାରିବେ। ନିଶାଯୋଗୁଁ ପାରମ୍ପାରିକ ବିଶୃଙ୍ଖଳା ଦେଖାଦେବା ସଂଗେସଂଗେ ମନରେ ଅସ୍ଥିରତା ସୃଷ୍ଟି ହୋଇଥାଏ। ତେଣୁ ପ୍ରତ୍ୟେକ ନିଶା ଠାରୁ ଦୁରେଇ ରହିବା ଉଚିତ୍। ନିଶା ଛାଡ଼ିବା ଲୋକଙ୍କୁ ଥଇଥାନ କରିବା ଆମର କରିଥାଏ। ଆର୍ଥିକ ଭାବେ ସେମାନଙ୍କୁ ଥଇଥାନ କରାଯାଇ ପାରିଲେ ସେମାନେ ସ୍ୱାବଲମ୍ବି ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ। ସରକାରଙ୍କ ପକ୍ଷରୁ ଏଥି ପାଇଁ ୪ଟି ଯୋଜନା କାର୍ଯ୍ୟକାରୀ କରାଯାଇଥିବା ସେ ସୂଚନା ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଲେ ଯେ, ସରକାର ନିଶାଖୋର ମାନଙ୍କୁ ଭିକ୍ଷାବୃତ୍ତି ଛାଡ଼ିବାକୁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାନବ ଚାଲାଣ ବନ୍ଦହେବା ଦରକାର ଏହା ବିବେକାନୁ ମୋଦିତ ହେବା ଉଚିତ୍।ବାଳିକା ଚାଲାଣ ଏକ ଧର୍ତବ୍ୟ ଅପରାଧ ଏବେ ଅଂଶ ପ୍ରତ୍ୟଙ୍ଗ ପାଇଁ ସମାଜରେ ମଣିଷ ଚାଲାଣ କରାଯାଉଛି। କାମଦେବା ନାଁରେ ମଣିଷ ଚାଲାଣ କରାଯାଉଛି। କମ୍ ବୟସର ବାଳିକାମାନଙ୍କୁ ବାହାଦେବା ବାହାନରେ ବାହାରକୁ ନିଆଯାଇ ସେମାନଙ୍କୁ ଅନୈତିକ କାର୍ଯ୍ୟରେ ଲଗାଯାଉଛି। ତେବେ ଆଇନିକୁ କଡ଼ାକଡ଼ି କରାଯିବା ଦ୍ୱାରା ଏବେ ଅବୈଧ ଚାଲାଣ ସଂଖ୍ୟା କରିଥିବା ସେ ସୂଚନା ଦେଇଥିଲେ। ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପୁରୀ ଶାଖା ସଂଚାଳିକା ବ୍ରହ୍ମକୁମାରୀ ନିରୁପମା ସହ ସଂଚାଳିକା ବ୍ରହ୍ମକୁମାରୀ ପ୍ରତିମା ଡ଼କ୍ଟର ପ୍ରସନ ଓ ବ୍ରହ୍ମକୁମାର ଡ଼କ୍ଟର ସତ୍ୟାନନ୍ଦ ସଭାରେ ବକ୍ତବ୍ୟ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top