ନିର୍ଯ୍ୟାତିତା ମହିଳା ଭେଟିଲେ ଅତିରିକ୍ତ ଜିଲାପାଳଙ୍କୁ

କେନ୍ଦ୍ରାପଡା ୧୮/୭(ଓଡିଆ ପୁଅ ଚିତ୍ତରଂଜନ ଦାସ) – ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ଗ୍ରାମର ଗାଭାଷ୍କର ସେଠୀଙ୍କ ପନôୀ ମିତା ସେଠୀ ସୋମବାର ଅତିରିକ୍ତ ଜିଲାପାଳ ଧନଞୟ ସ୍ୱାଇଁଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ଶ୍ୱଶୁରଘର ପକ୍ଷରୁ ନିର୍ଯ୍ୟାତନା ଦିଆଯିବାରୁ ସେ ପ୍ରାୟ ·ରିମାସ ହେବ ନିଜବାପଘର ଆଳିଥାନା ଅନ୍ତର୍ଗତ ବଡାଙ୍କୋ ଗ୍ରାମରେ ରହୁଛନ୍ତି । ତାଙ୍କ ସ୍ୱାମୀ ଅସତ୍ କାର୍ଯ୍ୟ କରୁଥିବାର ତାଙ୍କ ନଜରକୁ ଆସିବାରୁ ସେ ଏହାର ବିରୋଧ କରିବାରୁ ମିତାଙ୍କୁ ମାରଣାତ୍ମକ ଆକ୍ରମଣ କରାଯାଇଥିଲା । ଏ ସମ୍ପର୍କରେ ମିତା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଚଉଦକୁଲାଟ ଫାଣ୍ଡି ପୁଲିସର ଉଦାସୀନତା ବିରୋଧରେ ସେ ଆଜି ଅତିରିକ୍ତ ଜିଲାପାଳଙ୍କୁ ଭେଟି ଅବିଯୋଗ କରିଥିଲେ । ଅତିରିକ୍ତ ଜିଲାପାଳ ଏହି ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *