ନିର୍ମାଣ ହେବ ୭ ଟି ପଚାଂୟତ ଗୃହ

ଖଇରା/ ବାଲେଶ୍ୱର, ୯/୧/୨୦୧୮ (ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) – ଗତ ୨୦୧୭ ମସିହାରେ ପଚାଂୟତ ପୁର୍ନଗଠନରେ ଖଇରା ବ୍ଲକର ଥିବା ୩୦ ଗୋଟି ପଚାଂୟତ ବୃଦ୍ଧି ହୋଇ ୩୭ ଗୋଟି ପଚାଂୟତ ହୋଇଥିଲା। ଓଡିଶା ସରକାରଙ୍କ ପଚାଂୟତ ଓ ପାନୀୟ ଜଳ ବିଭାଗ ଦ୍ୱାରା ୭ଟି ପଚାଂୟତ ଯଥା – ଅମରିଆ-ଅଗ୍ନିପୁର, ଗୋଳିହା, ସୁଣ୍ଢିରା-ଗଣ୍ଡିବେଡ, ନହଙ୍ଗ, ସାରକୋଣା, ଡାଲଙ୍ଗ -୨ ଓ ବଡନୂଆଗାଁ ପଚାଂୟତକୁ ୩୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି। ନୂତନ ପଚାଂୟତ ଗୃହ ଗୁଡିକରେ ପଚାଂୟତ କାର୍ଯ୍ୟାଳୟ ସମେତ ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ବାସଗୃହ ନିର୍ମାଣର ବ୍ୟାବସ୍ଥା ରହିଛି। ଏଥି ପାଇଁ ସରକାର ଖଇରା ବ୍ଲକରେ ୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏହି ପଚାଂୟତ ଗୁଡିକର କାର୍ଯାଳୟ ନିର୍ମାଣ ପାଇଁ ଜାଗା ସ୍ଥିର ହେଉପାରୁନଥିଲା ବେଳେ କ୍ଲକ ପ୍ରଶାସନ ଓ ଠିକାଦାରଙ୍କ ମଧ୍ୟରେ ନିର୍ମାଣ କାର୍ଯ୍ୟ ପାଇଁ ଛକାପଞ୍ଜା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଏହି ନୂତନ ପଚାଂୟତ ଗୁଡିକ ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ ଚଳାଇଛି।

Leave a Reply

Your email address will not be published. Required fields are marked *