ଜିଲ୍ଲା ପରିକ୍ରମା

ନିର୍ମାଣ ହେଉନି କି ମରାମତି ନାହିଁ ତୁଡିଗଡିଆ-ମାଖନପୁର ରାସ୍ତାରେ ଯମ ଯନ୍ତ୍ରଣା

ଖଇରା, ୧୭/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକସହ ଅନ୍ୟ ଦୁଇ ବ୍ଲକ ସୋର ଓ ସିମୁଳିଆକୁ ସଂଯୋଗ କରୁଥିବା ତୁଡିଗଡିଆର ଗାନ୍ଧିବିଦ୍ୟାଳୟ ଛକ ଠାରୁ ମାଖନପୁର ରାସ୍ତା ଅତ୍ୟନ୍ତ ଦୁର୍ଗମ ହୋଇ ପଡିଥିବା ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଖୁବଶୀଘ୍ର ପୁନଃ ନିର୍ମାଣର ବ୍ୟବସ୍ଥା କରାନଗଲେ ଯାତ୍ରୀ ମାନେ ଆନ୍ଦୋଳନ କୁ ଓହ୍ଲାଇବା ସହ ଆଗାମୀ ନିର୍ବାଚନରେ ନେତା ମାନଙ୍କୁ ଏହାର ଜବାବ ମାଗିବେ ବୋଲି କୁତୁପୁର ଗ୍ରାମର ରତ୍ନାକର ପାଳ, ମାଖନପୁର ଗ୍ରାମର ରଘୁନାଥ ମଲ୍ଲିକ, ସାଉଣ୍ଡିଆ ଗ୍ରାମର ମୃତ୍ୟୁଞ୍ଜୟ ବେହେରା, ତରାଙ୍ଗ ଗ୍ରାମର ନିରଞ୍ଜନ ଜେନା ପ୍ରମୁଖ ଚେତାବନି ଦେଇଛନ୍ତି। ପ୍ରକାଶ ଯେ ୨୦୦୮ମସିହାରେ ଆନୁମାନିକ ୨କୋଟି ୩୪ଲକ୍ଷ ଟଙ୍କା ବ୍ୟୟରେ ୫କିମି୨୫୦ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ଗ୍ରାମ ଉନ୍ନୟନ ବିଭାଗ ସହ ଚୁକ୍ତି ଅନୁଯାୟୀ ରାସ୍ତା କାମ୨୦୦୮ଜୁନ୦୯ତାରିଖରେ ଆରମ୍ଭ ହୋଇ ୨୦୦୯ଜୁନ ୮ତାରିଖରେ ଶେଷ ହେବା କଥା। ହେଲେ ସଂପୃକ୍ତ ଠିକାଦାର ଦାୟିତ୍ୱ ହୀନତା ପାଇଁ ୨ବର୍ଷ ବିଳମ୍ବଘଟି ୨୦୧୧ମସିହାରେ ଶେଷ ହୋଇଥିଲା। ରାସ୍ତା ନିର୍ମାଣଠାରୁ ୫ବର୍ଷ ମଧ୍ୟରେ ସମସ୍ତ ମରାମତି ଗ୍ରାମ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ କରାଯିବା କଥା। ହେଲେ ସେଭଳି କୌଣସୀ କରାଯାଇନଥିବାର ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଏବେ ଏହି ୫କିମି ରାସ୍ତାରେ ଅଗଣିତ ଖାଲ। ସାମାନ୍ୟ ବର୍ଷାରେ ଖାଲଗୁଡିକ ପାଣିଭର୍ତ୍ତୀ ହୋଇ ଯାଉଥିବାରୁ ରାସ୍ତା ଏକପ୍ରକାର ନର୍ଦ୍ଦମା ପାଲଟି ଯାଇଥିବାର ଅଭିଯୋଗ ହୋଇଛି। ଏହି ରାସ୍ତାଦେଇ ପିଲାମାନେ ଗୋଟିଏ ପଟେ ନିଳାମ୍ବର ହାଇସ୍କୁଲ ଓ ଅନ୍ୟପଟେ ମାଖନପୁର ହାଇସ୍କୁଲକୁ ଯିବାଆସିବା କରିଥାନ୍ତି। ଏହାଛଡା ପ୍ରସିଦ୍ଧ ବକ୍ରେଶ୍ୱର ଶୈବ ପୀଠକୁ ଏହା ମୁଖ୍ୟ ସଂଯୋଗକାରୀ ରାସ୍ତା। ଏଣୁ ଯାତ୍ରୀମାନଙ୍କୁ ଏହି ୫.୨୫୦କିମି ରାସ୍ତାକୁ ଗାଡିରେ ଅତିକ୍ରମ କରିବାକୁ ଅଧଘଣ୍ଟାଏରୁ ଅଧିକ ସମୟ ଲାଗୁଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରତାପ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ ଉକ୍ତ ରାସ୍ତା ପାଇଁ ଆନୁମାନିକ ୩କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ପାଇଁ ଫେଜ-୨ରେ ଖୁବ୍ ଶୀଘ୍ର ଟେଣ୍ଡର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top