ad
ଜିଲ୍ଲା ପରିକ୍ରମା

ନିର୍ମାଣ ହେଉନି ଓଭରବ୍ରିଜ, ରେଳଫାଟକକୁ ନେଇ ବଢିଚାଲିଛି ସମସ୍ୟା :

ପୁରୀ, ୧୧/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ବାସିନ୍ଦା ଓ ପର୍ଯ୍ୟଟକଙ୍କ ଦୁଃଖ ପାଲଟିଛି ସିଦ୍ଧ ମହାବୀର ରେଲୱେ ଫାଟକ। ପ୍ରତି ୧୫ ମିନିଟ୍ରେ ରେଲୱେ ଫାଟକ ପଡ଼ୁଥିବାରୁ ପୁରୀ ବାସୀ ଓ ପର୍ଯ୍ୟଟକ ଯନ୍ତ୍ରଣା ଭୋଗୁଛନ୍ତି। ପୁରୀ କୋଣାର୍କ ମୁଖ୍ୟ ରାସ୍ତାରେ ଏହି ଫାଟକ ଥିବାରୁ ଯାତାୟାତର ବାଧା ସୃଷ୍ଟି କରୁଛି। ଅନେକ ସମୟରେ ଆମ୍ବୁଲାନ୍ସ ଅଟକି ରହୁଥିବା ଯାତ୍ରୀ ନାର୍ହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଏକ ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କି ଜନପ୍ରତିନିଧି ଦୃଷ୍ଟି ନଦେବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ନବକଳେବର ସମୟରେ ରେଲୱେ ଓଭରବ୍ରିଜ୍ ନିର୍ମାଣ ନେଇ ଅର୍ଥବରାଦ ହୋଇଥିଲା। ଏନେଇ ମାପଚୁପ ମଧ୍ୟ ସରିଥିଲା। ତେବେ ଏହି କାର୍ଯ୍ୟ ଆଗେଇ ପାରିନଥିଲା। ତେବେ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ପୁରୀ ସହରରେ ଯାତାୟାତକୁ ନେଇ ରେଲୱେ ଫାଟକ ସମସ୍ୟା ହୋଇଥିବା ବେଳେ ସରକାର ଏନେଇ ଚୁପ୍ ବସିବା ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରତି ୧୫ମିନିଟ୍ରେ ଥରେ ଟ୍ରେନ ଯାତାୟାତ ହେତୁ ପଡ଼ିରହୁଛି ରେଲୱେ ଚାବି। ଓଭରବ୍ରିଜ୍ ନଥିବାରୁ ଦୀର୍ଘ ସମୟଧରି ଯାତାୟାତ ନକରିପାରି ଲୋକେ ଯନ୍ତ୍ରଣା ଭୋଗୁଛନ୍ତି। ପୁରୀ କୋଣାର୍କ ମୁଖ୍ୟ ରାସ୍ତାରେ ଏହି ରେଲୱେ ଫାଟକ ପୁରୀକୁ ଦୈନିକ ୫୦ରୁଉର୍ଦ୍ଧ୍ୱ ଟ୍ରେନ ଆସୁଥିବାରୁ ପ୍ରତି ୧୫ମିନିଟ୍ରେ ଥରେ ଫାଟକ ପଡ଼ୁଛି। ଫଳରେ ଦୈନିକ ଯାତାୟାତରେ ପୁରୀବାସୀ ଅକଥନୀୟ ଯନ୍ତଣା ଭୋଗ କରୁଛନ୍ତି। ଏପରିକି ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଥିବା ବେଳେ ଅନେକ ଲୋକଙ୍କ ଜୀବନ ନେଇଛି ଏହି ରେଲୱେ ଫାଟକ। ଅନ୍ୟପଟେ ପୁରୀ ଜିଲାପାଳ ଏହି ସମସ୍ୟା ବିଷୟ ମତଦେଇ କହିଛନ୍ତି ଏନେଇ ଖୁବ୍ଶିଘ୍ର ଏକ ବୈଠକ ହେବ। ରେଲୱେ ଓଭରବ୍ରିଜ୍ ନିର୍ମାଣ ନେଇ ପ୍ରାଥମିକ କାର୍ଯ୍ୟ ଶିଘ୍ର ଆରମ୍ଭ ହେବ। ପ୍ରଶାସନ ହେଉକି ସରକାର ଅଥବା ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁଁ ପୁରୀ ସହରର ଏକ ପ୍ରମୁଖ ସମସ୍ୟା ହେଉଛି ସିଦ୍ଧ ମହାବୀର ରେଲୱେ ଫାଟକ। ତେବେ ଏହି ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ପୁରୀ ବାସି ଆନ୍ଦୋଳନକୁ ଓହ୍ଲାଇବାର ସମ୍ଭାବନା ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top