ଜିଲ୍ଲା ପରିକ୍ରମା

ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ପ୍ରଦାନ ଶିବିର

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ଭଦ୍ରକ ବ୍ଲକ୍ ପକ୍ଷରୁ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ପ୍ରଦାନ ଶିବିର  ସ୍ଥାନୀୟ ଟାଉନ୍ହଲ ପରିସରରେ ଅନୁଷ୍ଠିତ ହୋଇଥିଲ । ଜିଲ୍ଲାପ୍ରଶାସନ ଓ  ଜିଲ୍ଲା ଶ୍ରମକାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଉସôବରେ ଜିଲ୍ଲାଶ୍ରମ ଅଧିକାରୀ ଯଶ୍ମିନ୍ ଶୁଭସ୍ମିତା ସାହୁଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ଉସôବରେ ଭଦ୍ରକ ବିଧାୟକ ଯୁଗଳକିଶୋର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରି କରାଯାଉଅଛି । ଜଣେ ଶ୍ରମିକର ପିଲାର ଜନ୍ମଠାରୁ ମୃତୁ୍ୟ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଅଛି ।ସେହିପରି କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକରୁଥିବା ଶ୍ରମିକଙ୍କ ପାଇଁ କଲ୍ୟାଣବୋର୍ଡ଼ ପକ୍ଷରୁ ପଞ୍ଜିକୃତ ନିର୍ମାଣ ଶ୍ରମକଙ୍କ ପିଲାମାନଙ୍କ ପାଠପଢା ପାଇଁ ଆର୍ଥିକ ସହାୟତା, ନିର୍ମାଣ ଶ୍ରମିକଙ୍କୁ ଯନ୍ତ୍ରପାତି କ୍ରୟସହାୟତା, ନିରାପତ୍ତା ଉପକରଣ ଏବଂ କନ୍ୟାମାନଙ୍କ ବିବାହ ପାଇଁ ବିବାହ ସହାୟତା, ପ୍ରସୂତି କାଳୀନ ସହାୟତା ସମେତ ଦୁର୍ଘଟଣାରେ ଆହାତ କିମ୍ବା ମୃତୁ୍ୟ ହେଲେ ମୃତୁ୍ୟ ଜନିତ ସହାୟତା , ଅନ୍ତେଷ୍ଟ୍ରି କି୍ରୟା ପାଇଁ ସହାୟତା ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ପଟ୍ଟନାୟକ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ବ୍ଲକ ବିଜେଡ଼ି ସଭାପତି ରାଧାକାନ୍ତ ସାମଲ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ  ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ନୂତନ ପଞ୍ଜିକରଣ  ପ୍ରମାଣପତ୍ର , ଶିକ୍ଷାବୃତ୍ତି ସହାୟତା ଏବଂ ପ୍ରସୂତି କାଳୀନ ସହାୟତା ପାଇଁ ବିଭିନ୍ନ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରନôାକର ମଲ୍ଲିକ , ସୁରେନ୍ଦ୍ର ବିଶ୍ୱାଳ, ସଂଗ୍ରାମ କେଶରୀ ସାହୁ, ଓଁକାର ପ୍ରସାଦ ଦାସ, ରନôାକର ପରିଡ଼ା ସହଯୋଗିତା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top