ନିର୍ମାଣାଧୀନ ପୋଲ ଭୁଷୁଡ଼ିଲା: ୧୫ ମୃତ: ୫୦ ରୁ ଅଧିକ ଦବିଥିବାର ଆଶଙ୍କା

ବାରାଣାସୀ ୧୫ ମଇ (ଓଡ଼ିଆ ପୁଅ) କ୍ୟାଣ୍ଟ ରେଲୱେ ଷ୍ଟେସନ ନିକଟରେ ନିର୍ମାଣାଧିନ ଓଭରବ୍ରିଜର ଏକ ବଡ଼ ଭାଗ ମଙ୍ଗଳବାର ସଂଧ୍ୟାରେ ଅଚାନକ ଭୁଷୁଡ଼ି ପଡ଼ିବା ଫଳରେ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଏହା ତଳେ ଉପସ୍ଥିତ ପ୍ରାୟତଃ ୫୦ ଜଣ ଲୋକ ତା’ ତଳେ ଦବି ଯାଇଥିବାର ଜଣାପଡ଼ିଛି ମିଳିଛି। ଓଭରବ୍ରିଜର ପିଲର ଭାଙ୍ଗିଯିବାରୁ ଏହି ଦୁର୍ଘଟଣା ହୋଇଛି।

ଏହି ସମୟରେ ଅଧିକ ଭିଡ଼ କ୍ଷେତ୍ରରେ ଅଚାନକ ହୋଇଥିବା ଏହି ଦୁର୍ଘଟଣାର ଗମ୍ଭୀରତାକୁ ଦେଖି ହେଲେ ସ୍ଥାନୀୟ ନାଗରିକ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି ଏବଂ ଓଭରବ୍ରିଜ ଭୁଷୁଡ଼ିପଡ଼ିବା ପରେ ତଳେ ଫସିଥିବା ବାହନ ଏବଂ ସେଥିରେ ଉପସ୍ଥିତ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି। ମୌକାରେ ପୋଲିସ୍ ପହଁଚିଛି। ଉଦ୍ଧାରକାର୍ଯ୍ୟ ଚାଲିଛି।

(ANI photo)

Leave a Reply

Your email address will not be published. Required fields are marked *