ଗଞ୍ଜାମ

ନିର୍ମାଣଧିନ ମନ୍ଦିରକୁ ସମାଜସେବୀ ପ୍ରଭାକର ପଣ୍ଡାଙ୍କ ଲକ୍ଷାଧିକ ଟଙ୍କା ଦାନ

ପୋଲସରା ୨୫ ମଇ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବ୍ଲକ ଅନ୍ତର୍ଗତ ରୁମାଗଡ଼ ପଞ୍ଚାୟତର ସମାଜ ସେବୀ ପ୍ରଭାକର ପଣ୍ଡା କଲମ୍ବ ଗ୍ରାମ ପଞ୍ଚାୟତର ଏକ ନିର୍ମାଣଧିନ ଜଗନ୍ନାଥ ମନ୍ଦିରକୁ ଏକଲକ୍ଷ ଏଗାର ହଜାର ଟଙ୍କା ଦାନ କରିବା ସହ ପଚାଷ ହଜାର ଟଙ୍କାର ଟାଇଲ ପ୍ରଦାନ କରିଛନ୍ତି।ସଂପୃକ୍ତ କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ ,କଳମ୍ବ ସରପଞ୍ଚ ପ୍ରଶାନ୍ତ ପ୍ରଧାନ ସମେତ କଲମ୍ବ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।ଦାନ କ୍ଷେତ୍ରରେ ଶ୍ରୀ ପଣ୍ଡା ଏବେ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। କାରଣ ରାଜନେତା ମାନେ ନିଜନିଜ ହାତ ପାଣ୍ଠିରୁ ଅନୁଦାନ କଲାବେଳେ ମଧ୍ୟ ତାଙ୍କର ଭାଗ କଟାଯାଏ କିନ୍ତୁ ଶ୍ରୀ ପଣ୍ଡା କୌଣସି ଲୋଭ ଲାଳସା ନଥାଇ ନିର୍ଭୀକ ଭାବରେ ଠାକୁରଙ୍କ ମନ୍ଦିର ନିର୍ମାଣଥେ ସ୍ଵହସ୍ତରେ ଦାନ କରିଛନ୍ତି।ଅନୁଦାନ ଓ ଦାନ ଭିତରେ ଯେଉଁ ପ୍ରଭେଦ ରହିଛି ତାହାହିଁ ପୋଲସରା ଅଞ୍ଚଳରେ ଚର୍ଚ୍ଚିତ ବିଷୟ ପାଲଟିଥିବାର ଶୁଣିବାକୁ ମିଳୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top