Home ଅପରାଧ ନିର୍ବାଚନ ଫାଇଦା ପାଇଁ ମତେ ବ୍ୟବହାର କରାଯାଉଛି – ବିଜୟ ମାଲ୍ୟା

ନିର୍ବାଚନ ଫାଇଦା ପାଇଁ ମତେ ବ୍ୟବହାର କରାଯାଉଛି – ବିଜୟ ମାଲ୍ୟା

117

ଭୁବନେଶ୍ୱର;୧୦,ଜୁଲାଇ(ଓଡ଼ିଆ ପୁଅ):ବ୍ରିଟେନ୍ ହାଇକୋର୍ଟ୍ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଉପରେ କବଜା ଆଦେଶ ଦେବା ପରେ ମୁହଁ ଖୋଲିଛନ୍ତି ଏହି ପଳାତକ ମଦ ବ୍ୟବସାୟୀ।ଭାରତ ସରକାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ତାଙ୍କୁ ନେଇ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିଜୟ ମାଲ୍ୟା।ତାଙ୍କୁ ପଳାତକ କହିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି।ସେ ସର୍ବଦା ବ୍ରିଟେନର ନାଗରିକ ବୋଲି କହିବା ସହ ପଳାତକ ଶବ୍ଦ ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କହିଛନ୍ତି ମାଲ୍ୟା।କୋର୍ଟଙ୍କ ଆଦେଶକୁ ସେ ତାତ୍ସଲ୍ୟ କରିବା ସହ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ମାଲ୍ୟା।ସେ କୋର୍ଟଙ୍କ ଆଦେଶ ପାଳନ କରିବେ କିନ୍ତୁ ତଦନ୍ତ ଅଧିକାରୀ କିଛି ସୁଫଳ ପାଇବେନି ବୋଲି ସେ କହିଛନ୍ତି।କାରଣ ବିଟ୍ରେନରେ ଥିବା ସମ୍ପତି ତାଙ୍କ ନାମରେ ନାହିଁ,ତାଙ୍କ ମାଁ ଏବଂ ପୁଅଙ୍କ ନାମରେ ଥିବା ସେ କହିଛନ୍ତି।କୋର୍ଟଙ୍କ ଆଦେଶ ଅନୁସାରେ କେବଳ ତାଙ୍କ ନାମରେ ଥିବା ସମ୍ପତି ଜବତ କରାଯାଇ ପାରିବ ବୋଲି ମାଲ୍ୟା କହିଛନ୍ତି ।

ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କାର ଲୋନ୍ ନେଇ ଫେରାର ହୋଇ ଯାଇଥିବା ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ବ୍ରିିଟିଶ ଅଦାଲତରେ ଆବେଦନ କରିଥିଲା।କିନ୍ତୁ ଏହି ମାମାଲାରେ ଏପର୍ଯ୍ୟନ୍ତ କୌଣସି ଫଇସଲା ହୋଇ ପାରିନାହିଁ।ତାଙ୍କ ନାମରେ ଥିବା ସମସ୍ତ ସମ୍ପତି ସେ ଫେରାଇ ଦେବେ ବୋଲି କହିଛନ୍ତି ପଳାତକ ମାଲ୍ୟା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.