ad
ଅନୁଗୁଳ

ନିର୍ବାଚନ ଆଚରଣବିଧିକୁ କଡ଼ାକଡ଼ି ପାଳନ କରିବାକୁ ଗୁରୁତ୍ତୱ

ତାଳଚେର, ୧୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଗାମୀ ନିର୍ବାଚନ ନିମନ୍ତେ ଗତକାଲି ସନ୍ଧ୍ୟାରୁ ଆଚରଣବିଧି ଲାଗୁ ହୋଇଥିବା ବେଳେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତାଳଚେର ଉପଜିଲ୍ଲାପାଳ ତଥା ଏହି ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପରେଶ ଚନ୍ଦ୍ର ନାୟକ ଗୁରୁତ୍ୱାରୋପ କରିଛନ୍ତି। ଆଜି ପୂର୍ବାହ୍ନରେ କୋର୍ଟ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ବିସ୍ତୃତଭାବେ ସୂଚନା ଦେବାସହ ସହଯୋଗ କାମନା କରିଛନ୍ତି। ଆଗାମୀ ୨୩ତାରିଖରେ ତାଳଚେର(୬୦) ନିର୍ବାଚନମଣ୍ଡଳୀ ଏବଂ ଢେଙ୍କାନାଳ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ତାଳଚେର ବ୍ଲକ, କଣିହାଁ ବ୍ଲକ ଏବଂ ତାଳଚେର ପୈାରାଂଚଳରେ ମତଦାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀ ନାୟକ ନିର୍ବାଚନ ସମ୍ବନ୍ଧୀୟ ଆଇନ୍ କାନୁନ୍ ସମ୍ପର୍କରେ ସୂଚନା ଦେବାସହ ଭୋଟଦାନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ଆଚାର ସଂହିତାକୁ ସଠିକ୍ ଭାବେ ପାଳନ କରିବାକୁ ଜୋର ଦେଇଥିଲେ। ତେବେ ଆଚରଣ ବିଧି ଲାଗୁ ହେବାପରେ ପ୍ରଥମ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ପୋଷ୍ଟର ଏବଂ ବ୍ୟାନରଗୁଡ଼ିକୁ ବାହାର କରାଯାଉଛି। ଏଗୁଡ଼ିକୁ ଯଥାସମ୍ଭବ ସମ୍ପନ୍ନ କରିବାକୁ ତାଳଚେର ବିଡିଓ, କଣିହାଁ ବିଡିଓ ଏବଂ ତାଳଚେର ପୈାରନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ନିର୍ବାଚନ କାର୍ଯ୍ୟ ନିମନ୍ତେ ତାଳଚେର ସ୍ୱଂୟଶାସିତ କଲେଜରେ ଷ୍ଟ୍ରଙ୍ଗ ରୁମ୍, ଡିସପଜାଲ ସେଂଟର ଏବଂ କାଉଂଟିଙ୍ଗ୍ ସେଂଟର ସ୍ଥାପନ କରାଯିବ। କେହି ଯଦି ଆଚରଣ ବିଧି ଉଲ୍ଲଂଘନ କରୁଥାଏ, ତେବେ ଯେ କୈାଣସି ବ୍ୟକ୍ତି ସି-ଭିଜିଲ ଆପ୍ ଜରିଆରେ ଅଭିଯୋଗ କଲେ ମାତ୍ର ଶହେ ମିନିଟ୍ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ସ୍ପଷ୍ଟଭାବେ କହିଥିଲେ। ଆଦର୍ଶ ଆଚରଣ ବିଧିକୁ ପାଳନ କରିବାକୁ କଡ଼ାକଡ଼ି ଲାଗୁ କରିବାକୁ ୬ଟି ତଦାରଖ ଦଳ ଗଠନ କରାଯାଇଛି। ତାଳଚେର ବ୍ଲକରେ ୧୨୯, କଣିହାଁ ବ୍ଲକରେ ୪୪ ଏବଂ ତାଳଚେର ପୈାରାଂଚଳର ୨୮ଟି ବୁଥ ଏହିପରି ତାଳଚେର ନିର୍ବାଚନମଣ୍ଡଳୀରେ ମୋଟ ୨୦୧ଟି ବୁଥ୍ ରେ ମତଦାନ କରାଯିବ। ୨୦ଟି ସମ୍ବେଦନଶୀଳ ବୁଥ୍ ରେ ୱେବ୍ କାଷ୍ଟିଂ, ୧୨ଟି ବୁଥ୍ ରେ ସିସିଟିଭି, ୫ଟି ବୁଥ୍ ରେ ଭିଡ଼ିଓଗ୍ରାଫି ଏବଂ ୩ଟି ବୁଥ୍ ରେ ମାଇକ୍ରୋ ଅବଜରଭର ରହିବେ। ପ୍ରାର୍ଥୀମାନେ ଗୋଟିଏ ସତ୍ୟପାଠ ଦେବେ ତଥା ନିଜ ନାମରେ ଆପରାଧିକ ମାମଲା ଏବଂ ଅନ୍ୟାନ୍ୟ ମାମଲା ସମ୍ପର୍କରେ ପି୍ରଂଟ ଏବଂ ଇଲେକଟ୍ରୋନିକ ମିଡ଼ିଆ ଜରିଆରେ ସ୍ପଷ୍ଟଭାବେ ୩ଥର ବିବରଣୀ ପ୍ରଦାନ କରିବେ। ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ବେଳେ ପ୍ୟାନ୍ ନମ୍ବର ଦାଖଲ କରିବ। ଯେଉଁମାନଙ୍କର ପ୍ୟାନ୍ ନମ୍ବର ନାହିଁ, ସେମାନେ ପ୍ୟାନ୍ ପାଇଁ ଆବେଦନ କରି ତତ୍ ସମ୍ବନ୍ଧୀୟ ପ୍ରମାଣପତ୍ର ସଂଲଗ୍ନ କରିବେ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାର୍ଥୀ ତଥା ଦଳ ପକ୍ଷରୁ ଲାଉଡ଼ ସ୍ପିକର ବ୍ୟବହାର କରାଯିବ। ପ୍ରତ୍ୟେକ କେନ୍ଦ୍ରରେ ର୍ୟାମ୍ପ, ଟଏଲେଟ୍, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ ବିଶ୍ରାମ ଗୃହ ଆଦିର ବ୍ୟବସ୍ଥା କରାଯିବାସହ ଦିବ୍ୟାଙ୍ଗମାନେ ଯେପରି ସୁବିଧାରେ ଭୋଟ ଦେଇପାରିବେ, ସେଥିପାଇଁ ପ୍ରତିବୁଥ୍ ରେ ୨ଜଣ ସହଯୋଗୀ ରହିବେ। ତଦ୍ ସହିତ ବୃଦ୍ଧ, ବୃଦ୍ଧା ଏବଂ ଦିବ୍ୟାଙ୍ଗଙ୍କ ସକାଶେ ୭୧ଟି ଅଟୋରିକ୍ସାର ବ୍ୟବସ୍ଥା କରାଯିବ। ଗଣମାଧ୍ୟମ ପ୍ରତିନିଧିମାନେ ୧୦୦ ମିଟର ପ୍ରତିବନ୍ଧକ ଅଂଚଳ ପର୍ଯ୍ୟନ୍ତ ଯାଇପାରିବେ। ଏଥିପାଇଁ ନିର୍ବାଚନ କମିଶନ ତରଫରୁ ସ୍ୱତନ୍ତ୍ର ପରିଚୟପତ୍ର ଏବଂ ନିଜ ସଂସ୍ଥାର ପରିଚୟପତ୍ର ବ୍ୟବହାର କରିପାରିବେ। ତା୨୧/୦୨/୨୦୧୯ରିଖ ସୁଦ୍ଧା ତାଳଚେର(୬୦) ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୧ଲକ୍ଷ ୭୫ହଜାର, ୮୫୬ ରେ ପହଂଚିଥିବାବେଳେ, ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୯୩, ୬୨୮ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୮୨, ୨୦୧ ଏବଂ କିନ୍ନରଙ୍କ ସଂଖ୍ୟା ୨୭ ରହିଛି। ତେବେ ଆଗାମୀ କିଛି ଦିନରେ ଏହି ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ। ନିର୍ବାଚନ ସମୟରେ ଅର୍ଥ କାରବାର ଘଟଣାକୁ ଏଡ଼ାଇବା ପାଇଁ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ନିୟୋଜନ କରାଯିବ। ସେହିପରି ବିଧାୟକ ପ୍ରାର୍ଥୀମାନେ ସର୍ବୋଚ୍ଚ ୨୮ଲକ୍ଷ ଏବଂ ସାଂସଦ ପ୍ରାର୍ଥୀମାନେ ୭୦ଲକ୍ଷ ପର୍ଯ୍ୟନ୍ତ ନିର୍ବାଚନରେ ଖର୍ଚ୍ଚ କରିପାରିବେ। ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ କରିବା ନିମନ୍ତେ ଏହି ନିର୍ବାଚନରେ ତାଳଚେର ମ୍ୟୁନିସିପାଲିଟି ହାଇସ୍କୁଲରେ ହୋଇଥିବା ବୁଥ୍ କୁ କେବଳ ମହିଳା ପରିଚାଳନା କରିବାକୁ ନିଷ୍ପତି ହୋଇଛି ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସମ୍ମିଳନୀରେ ସହକାରୀ ଜିଲ୍ଲାପାଳ ଗୈାରୀ ନାଏକ, ପୈାର ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା, ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top