ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟ କଳାପ ନେଇ ଅସନ୍ତୋଷ

ଟିଟିଲାଗଡ଼ ୨୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ବର୍ଷ ସରକାରୀ ଭାବେ ନୂତନ ଭୋଟ ପରିଚୟ ପତ୍ର ଆବେଦନ ତଥା ବିଭିନ୍ନ ପ୍ରକ୍ରିୟା ସରକାରୀ ଭାବେ ଆରମ୍ଭ ହୋଇ ଯାଇଥିଲେ ବି ଏଠି ପ୍ରହସନରେ ପରିଣତ ହୋଇ ଯାଇଛି। ପ୍ରକାଶ ଯେ ଏହି ଭୋଟର ତାଲିକା ସଂଶୋଧନ ତଥା ଭୋଟ ପରିଚୟ ପତ୍ର ଆବେଦନ ପାଇଁ ଦୈନିକ ଅନେକ ସଂଖ୍ୟାରେ ଲୋକେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଧାଇଁ ବା ସାର ହେଉଥିଲେ ସୁଦ୍ଧା ସୁଫଳ ନ ପାଇବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଉକ୍ତ ଅଧିକାରୀ ମାସ ମାସ ଅନୁପସ୍ଥିତ ରହିବା ସହ କେତେକ ପିଅନ କାର୍ଯ୍ୟାଳୟ ରେ ରହି ନା ନା ଆଳରେ ଲୋକଙ୍କୁ ହଇରାଣ କରି କାର୍ଡ ପିଛା ପାଞ୍ଚ ସହ ଓ ସଂଶୋଧନ ପାଇଁ ତିନି ସହ ଆଦାୟ କରି ସୁଦ୍ଧା ଦିନ ଗଡେଇ ବା ସାର ହେଉଛି। ଆଖ ପାଖ ଦୂର ଦୂର ଦୁରାନ୍ତରୁ ସାଧାରଣ ଲୋକେ ଆସି ହଇରାଣ ହେବା ସାର ହେଉଛି। ନିର୍ବାଚନ ଅଧିକାରୀ ନ ରହି ମନଇଛା ମାସ ମାସ ଅନୁପସ୍ଥିତ ରହିବା ଓ କେତେଜଣ ଅସାଧୁ ପିଅନ ଙ୍କ ମାତ୍ରାଧିକ ଦୁର୍ନୀତି ନେଇ ଉଚ୍ଚ ପଦାଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *