ଜିଲ୍ଲା ପରିକ୍ରମା

ନିରଞ୍ଜନ ପିସିସି ସଭାପତି ପରେ ଭଦ୍ରକ କଂଗ୍ରେସ ଉତ୍ସାହିତ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ନିରଞ୍ଜନ ପଟନାୟକ  କଂଗ୍ରେସ ସଭାପତି ଭାବେ ଏଆଇସିସି ଦ୍ୱାରା ନିଯୁକ୍ତ ହେବା ପରେ ଭଦ୍ରକ କଂଗ୍ରେସ ନେତା ଓ କର୍ମୀ ମହଲ ଉତ୍ସାହିତ ହୋଇଛନ୍ତି । ବେଶ କିଛିଦିନ ହେବ ଖାଁ ଖାଁ ଲାଗୁଥିବା ଜିଲା କଂଗ୍ରେସ କାର୍ଯ୍ୟାଳୟରେ ନେତା ଓ କର୍ମୀମାନେ ଭିଡ କରିଥିଲେ ।  କଂଗ୍ରେସ କାର୍ଯ୍ୟାଳୟ ଆଗରେ ବାଣ ଫୁଟାଇ ଏଆଇସିସିର ନିଷ୍ପତିକୁ ସ୍ୱାଗତ କରିଥିଲେ । ଏଥିସହିତ ଦଳର ନେତାମାନେ ପ୍ରେସ ବିବୃତି ମାଧ୍ୟମରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱ ଦଳକୁ ନୂଆ ଦିଗ ଦେବ ବୋଲି କହିଛନ୍ତି । ପୂର୍ବତନ ଟାଉନ ସଭାପତି ତଥା ପିସିସି ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଶ୍ରୀ ପଟ୍ଟନାୟକଙ୍କ ନିଯୁକ୍ତି ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ ପାଇଁ ମହତ୍ୱ ରଖୁଥିବା କହିଛନ୍ତି । ଏହା ସାରା ରାଜ୍ୟର କର୍ମୀଙ୍କ ଇଚ୍ଛା ଥିଲା । ଏବେ ସଂକଟରେ ଥିବା ଦଳ ନିରଞ୍ଜନଙ୍କ ନେତୃତ୍ୱରେ ଆଗକୁ ବଢିବ ଓ ୨୦୧୯ରେ ଦଳ ସରକାର ଗଢିବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକଟ କରିଛନ୍ତି । ଅନୁରୂପ ଭାବେ ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ଜ୍ୟୋତିପ୍ରକାଶ ମହାନ୍ତି କହିଛନ୍ତି ଯେ, ନିରଞ୍ଜନ ପଟନାୟକଙ୍କ ନିଯୁକ୍ତି ପରେ ଏବେ ରାଜ୍ୟର ଶାସକ ଦଳ ଓ କେନ୍ଦ୍ରରେ ରାଜୁତି କରୁଥିବା ବିଜେପି ଦଳ ନିଜର ସ୍ଥିତିକୁ ସାଇତିବା କଷ୍ଟକର ହେବ ନିଶ୍ଚିତ । ଦଳ ପାଇଁ ଏହା ସମୟୋପଯୋଗୀ ପଦକ୍ଷେପ ବୋଲି ସେ କହିଛନ୍ତି । ପୂର୍ବତନ ଯୁବ କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି କହିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ଦାୟିତ୍ୱ ଘୋଷଣା କରାଯିବା ମାତ୍ରକେ କଂଗ୍ରେସର ଶକ୍ତି ଓ ଉତ୍ସାହ ବଢି ସାରିଛି । ଆଗକୁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାରେ ରାଜ୍ୟରେ କଂଗ୍ରେସ ବାଜିମାତ କରିବ । ଯୁବନେତା ଆଇନଜୀବୀ ଶିବପ୍ରସାଦ ନାୟକ କହିଛନ୍ତି ଯେ, ନିରଞ୍ଜନଙ୍କ ପିସିସି ସଭାପତି ଦାୟିତ୍ୱ ନେବା ପରେ ଭଦ୍ରକରେ କଂଗ୍ରେସ ପୂର୍ବର ମଜବୁତ ସ୍ଥିତିକୁ ଖୁବଶୀଘ୍ର ଫେରିଆସିବ । ଦଳ ନୂଆ ଉତ୍ସାହ ନେଇ କାମ କରିବ । ଯୁବନେତା ହେମନ୍ତ ସାହୁ(ଟୁକୁ) କହିଛନ୍ତି ଯେ, ବହୁଦିନ ହେଲା କଂଗ୍ରେସ କର୍ମୀ ଯାହାଙ୍କ ନେତୃତ୍ୱକୁ ଅପେକ୍ଷା କରିଥିଲେ ତାଙ୍କୁ ରାହୁଲ ଗାନ୍ଧି ଦାୟିତ୍ୱ ଦେଇଛନ୍ତି । ଏହା ଦଳ ପାଇଁ ନିହାତି ହିତକର ହେବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top