ଓଡ଼ିଶା

ନିରଞ୍ଜନଙ୍କ କେନ୍ଦୁଝର ଗସ୍ତକୁ ନେଇ ପାଟଣା କଂଗ୍ରେସର ପ୍ରସ୍ତୁତି ବୈଠକ

ପାଟଣା, ତା୨୯/୦୫(ଓଡିଆ ପୁଅ/ଅଭିମନ୍ୟୁ) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆସନ୍ତା ଜୁନ ୫ତାରିଖ କେନ୍ଦୁଝର ଗସ୍ତ ପାଇଁ ସମଗ୍ର କେନ୍ଦୁଝର ଜିଲ୍ଲା ଚଳଚଞ୍ଚଳ ହୋଇଉଠିଥିବା ବେଳେ ଆଜି ପାଟଣା ବ୍ଲକ କଂଗ୍ରେସ ପକ୍ଷରୁ ବୈତରଣୀ ତଟ ପରମେଶ୍ବର ମନ୍ଦିର ନିକଟରେ ବରିଷ୍ଠ କଂଗ୍ରେସ ସଦସ୍ୟ ଲକ୍ଷଣ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ଅନୁଯାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ପ୍ରତି ପଞ୍ଚାୟତ ତରଫରୁ ସର୍ବନିମ୍ନ ୫୦ଜଣ ଓ ବ୍ଲକ ଅଞ୍ଚଳ ରୁ ଅନ୍ୟୁନ ୨ହଜାର ରୁ ଉର୍ଦ୍ଧ୍ବ ସମର୍ଥକ ନିଆଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ପିସିସି ସଦସ୍ୟ ସଗ୍ରାମ ଦାଶ ଓ ଯୁବ କଂଗ୍ରେସ ଗଣେଶ ପ୍ରସାଦ କର ଙ୍କ ସହ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ ଓ ଗୌରହରି ନାଏକ, ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ ମହାନ୍ତ, ବସନ୍ତ କୁମାର ମିଶ୍ର, ଦିଲ୍ଲୀପ କୁମାର ଦାଶ, ରବିନ୍ଦ୍ର କୁମାର ପାତ୍ର, କୈଳାସ ଚନ୍ଦ୍ର ବାରିକ, ଭଗବାନ ଦାଶ, ଘନଶ୍ୟାମ ମିଶ୍ର ଓ ଗୌତମ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top