ନିରଞ୍ଜନଙ୍କ ଅନୁଗୋଳ ଗସ୍ତ ପରିପ୍ରେକ୍ଷୀରେ ତାଳଚେର କଂଗ୍ରେସର ପ୍ରସ୍ତୁତି ବୈଠକ

ତାଳଚେର, ୫/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁଗୋଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୋମବାର ଦିନ ସ୍ଥାନୀୟ ପ୍ରେସ୍ କ୍ଲବ୍ ଠାରେ ତାଳଚେର କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭ୍ୟ ତଥା ପୂର୍ବତନ ନଗରପାଳ କେଶବ ଭୂତିଆଙ୍କ ଅଧ୍ୟକ୍ଷତା ଓ ଯୁବ କଂଗ୍ରେସର ସହଯୋଗରେ ଆୟୋଜିତ ଉକ୍ତ ବୈଠକରେ ନିରଞ୍ଜନଙ୍କ କାର୍ଯ୍ୟକ୍ରମରେ କିପରି ଅଧିକରୁ ଅଧିକ କାର୍ଯ୍ୟକର୍ତା ଯୋଗ ଦେବେ ସେ ସମ୍ପର୍କରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଶ୍ରୀଯୁକ୍ତ ପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମରେ ଆସି କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ଆଗାମୀ ଦିନରେ କଂଗ୍ରେସ ଓଡିଶାରେ ମଜବୁତ ହୋଇ ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଗମ୍ବର ଗଡନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାଜକିଶୋର ସାହୁ, ଯୁବ ନେତା ପ୍ରଫୁଲ୍ଲ ଦାସ୍, ଯୁବ କଂଗ୍ରେସ ସଭାପତି ଜିନେସ୍ ସାହୁ, ପୂର୍ବତନ ଯୁବ କଂଗ୍ରେସ ସଭାପତି ବଜରଙ୍ଗ ଅଗ୍ରୱାଲ, ଡାକ୍ତର ମହାନ୍ତି, ଯୁବ ନେତା ଭୂପେନ୍ ଥମ୍ବ, ମୁକେଶ ଅଗ୍ରୱାଲ, ମହମ୍ମଦ ଯାବିର୍, ପ୍ରଫୁଲ୍ଲ ନାଏକ, ତୋଫାନ୍ କୁମାର ସିଂହସାମନ୍ତ, ସୁବ୍ରତ ନାଏକ, ସୋମନାଥ ବେହେରା, ପ୍ରଶାନ୍ତ ନାଏକ, ମନୋରଞ୍ଜନ ନାଏକ, ଗଣପତି ସାହୁ, ଅଜୟ ସାହୁ, ସେବାଦଳ ସଦସ୍ୟ ସଞ୍ଜିବ ନାଏକ, ବିଶ୍ୱରଞ୍ଜନ ପାଣି ଏବଂ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଆଗାମୀ ତା୦୮/୦୬/୧୮ରିଖରେ ହେବାକୁ ଥିବା ଅନୁଗୋଳ କାର୍ଯ୍ୟକ୍ରମରେ ହଜାର ହଜାର କଂଗ୍ରେସ କର୍ମୀ ଯୋଗଦେବାର ନିଷ୍ପତି ହୋଇଥିଲା।

Leave a Reply

Your email address will not be published. Required fields are marked *