ନିଯୁକ୍ତି ଦାବୀରେ ପଥରମୁଣ୍ଡା ଗ୍ରାମବାସୀ ଖଣି ବନ୍ଦ ଆନେ୍ଦାଳନ

ଅନୁଗୋଳ,୨୦/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପୂର୍ବ ନିଷ୍ପତି ଅନୁଯାୟୀ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ପଥରମୁଣ୍ଡା ଗ୍ରାମବାସୀ ଶୁକ୍ରବାର ସକାଳୁ ଏମ୍.ସି.ଏଲ.ର କଣିହାଁ ଓସିପିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖଣିବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି । ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ୱର୍ ହେବ ପଥରମୁଣ୍ଡା ଗ୍ରାମର ଜମି ୨ଟି ପର୍ଯ୍ୟାୟରେ କଣିହାଁ କୋଇଲାଖଣି ନିମନ୍ତେ ଅଧିଗୃହୀତ ହୋଇଥିବା ସତ୍ୱେ ଅଦ୍ୟାବଧି ସେମାନଙ୍କୁ ନିଯୁକ୍ତି ମିଳି ପାରି ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ପ୍ରଥମେ ୧୯୯୫ ମସିହାରେ ୪(୧) ହୋଇ ସେମାନଙ୍କୁ କ୍ଷତିପୂରଣ ରାଶି ମିଳିଥିବାବେଳେ ୨୦୦୬ ମସିହାରେ ଅନ୍ୟାନ୍ୟ ଜମି ନିମନ୍ତେ ହୋଇଥିବା ୪(୧)କୁ ନେଇ କ୍ଷତିପୂରଣ ମିଳିନାହିଁ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ଆରପିଡିସି ବୈଠକରେ ପଥରମୁଣ୍ଡା ଗ୍ରାମବାସୀଙ୍କ ଖଣି ସମ୍ବନ୍ଧୀୟ ସମସ୍ୟା ତଥା ନିଯୁକ୍ତି ପ୍ରସଙ୍ଗକୁ ଉତଥାପନ କରାଯାଇ  ନାହିଁ । ଫଳସ୍ୱରୂପ ସେମାନଙ୍କୁ ନିଯୁକ୍ତି ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏ ସମ୍ପର୍କରେ ଏମ୍.ସି.ଏଲ କର୍ତୃପକ୍ଷ,ପ୍ରଶାସନ ଏବଂ ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୈାଣସି ସୁଫଳ ମିଳି ପାରିନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏଣୁ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ ଦାବୀରେ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଖଣି ବନ୍ଦ ଆନେ୍ଦାଳନ ଆରମ୍ଭ କରାଯିବାସହ କୋଇଲା ଖଣି ପରିସରରେ ସାମୁହିକ ଧାରଣା ଦିଆଯାଇଛି । ସୂଚନା ପାଇ ପୋଲିସ,ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ କଣିହାଁ ଖଣି କର୍ତୃପକ୍ଷ ଘଟଣା ସ୍ଥଳରେ ପହଂଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ତେବେ ମିଳିଥିବା ଶେଷ ଖବର ଅନୁଯାୟୀ ନିଯୁକ୍ତି ନିମନ୍ତେ ଠୋସ୍ ପଦକ୍ଷେପ ନିଆ ନଯିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *