ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆ ହେଉଥିବା ପ୍ରତିବାଦରେ ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ

ତୁରୁମୁଙ୍ଗା ୨୦-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ପ୍ରତିବାଦରେ ଗତକାଲି ଠାରୁ ସ୍କୁଲରେ ତାଲା ପକାଇବା ସହ ଉତ୍ତେଜନା ଲାଗିରହିଥିଲା। କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ। ଅଭିଯୋଗ ଅନୁଯାଇ ସ୍କୁଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଭାଗବତ ନାଏକଙ୍କ ଝିଅ ସବିତା ନାଏକ ଘରେ କହିଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସ୍କୁଲକୁ ଗତକାଲି ସବିତାଙ୍କ ବାପା ଭାଗବତ ଯାଇଥିଲେ କିନ୍ତୁ ସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଲେଇ ତାଙ୍କୁ ସ୍କୁଲ ପରିସରକୁ ଛାଡି ନ ଥିଲେ। ଫଳରେ ଫାଟକ ସମୁଖରେ ଭାଗବତ ବସି ରହିଥିଲେ ଆଜି ସ୍କୁଲର ପ୍ରଧାନ ଶିକ୍ଷକ ବାରିଆ ଥାନାର ଦ୍ୱାରସ୍ଥ ହେବା ପରେ ବାରିଆ ପୋଲିସ ଆସି ଭାଗବତଙ୍କୁ ଥାନାକୁ ନେଇଯାଇଥିଲା। ଏହାକୁ ପ୍ରତିବାଦ କରି ମହିଳାମାନେ ସ୍କୁଲ ସମ୍ମୁଖରେ ବସିରହି ଧାରଣା ଦେବା ସହିତ ସ୍କୁଲ ଭିତରୁ ଶିକ୍ଷକମାନଙ୍କୁ ବାହାରକୁ ବାହାରିବା ପାଇଁ ଦେଇ ନଥିଲେ। ଏହା ସହିତ କିଛି ସମୟ ସ୍କୁଲ ସମ୍ମୁଖରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପରେ ବାରିଆ ପୋଲିସ ଆସି ଭାଗବତଙ୍କୁ ଛାଡିବା ପରେ ମହିଳାମାନଙ୍କ ଆନ୍ଦୋଳନ ହଟିଥିଲା ଘଟଣା ସମ୍ପର୍କରେ ଚମ୍ପୁଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ ତଦନ୍ତ ପରେ ସମସ୍ତ କଥା ଜଣାପଡିବ ଏବଂ ଏ ସମ୍ପର୍କରେ ଅଭିବାବକ ଲିଖିତ ଅଭିଯୋଗ କଲେ ତଦନ୍ତ କରାଯିବ ବୋଲି କହିଛନ୍ତି। ଅପରପକ୍ଷେ ଆସନ୍ତା କାଲି ଅଭିଭାବକମାନେ ଗୋଷ୍ଠି ଶିକ୍ଷାଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡିଛି। ଅନ୍ୟ ପଟେ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ଗ୍ରାମବାସୀ ଦାବି କରିଆସୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *