ଜିଲ୍ଲା ପରିକ୍ରମା

ନିମ୍ନ ମାନର କାମର ନମୁନା ; ଧସୁଛିି ଏରଡ଼ା ସେତୁ ସଂଯୋଗୀକରଣ ରାସ୍ତା, ଚିନ୍ତାରେ ଗ୍ରାମବାସୀ

ଯାଜପୁର-୯/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକରେ ପ୍ରବାହିତ ଖରସ୍ରୋତା ଶାଖା ନଦୀ ନୂଆନଈ ଉପରେ ନିର୍ମାଣ ହୋଇଥିବା ଏରଡା ସେତୁର ସଂଯୋଗୀ କରଣ ରାସ୍ତା ଦବୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି । ଯଦି ଦବୁ ଥିବା ରାସ୍ତା ସଂଫୂର୍ଣ୍ଣ ଦବି ଯାଇ ନଦୀ ଗର୍ଭକୁ ଚାଲିଯାଏ ତେବେ ଏହି ରାସ୍ତାରେ ଗତାଗତ ସଂପୂର୍ଣ୍ଣ ବ୍ୟାହାତ ହେବା ସହିତ ଲୋକମାନେ ପୂନର୍ବାର ଡଙ୍ଗା ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ । ଏହି ନଦୀ ଉପରେ ନିକଟରେ ସେତୁ ନିର୍ମାଣ ହୋଇଥିଲା । ଫଳରେ ଆଜକୁ ଦୀର୍ଘ ବର୍ଷ ହେଲା ଏହି ଗ୍ରାମବାସୀଙ୍କ ଦାବି ପୂରଣ ହେବା ସହିତ ଗ୍ରାମକୁ ସବୁ ଦିନିଆ ରାସ୍ତା ଫିଟିଥିଲା । ନହେଲେ ପୂର୍ବରୁ ଗ୍ରାମବାସୀ ମାନେ ବର୍ଷ ତମାମ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ନଦୀ ପାର ହେଉଥିଲେ । ସେତୁ ନିର୍ମାଣ ପରେ ଏହି ସେତୁର ଉଭୟପଟେ ସଂଯୋଗୀ କରଣ ରାସ୍ତା ନିର୍ମାଣ ହୋଇ ତାହାକୁ ପିଚୁ କରାଯାଇଥିଲା । ଚଳିତ ବର୍ଷର ବର୍ଷା ସହିତ ଦୁଇ ଦିନର ଲଗାଣ ବର୍ଷାରେ ଏହି ସଂଯୋଗୀ କରଣ ରାସ୍ତା ଉଭୟ ପଟୁ ଦବି ଯାଇଥିବା ବେଳେ ନଦୀର ବାମ ପାଶ୍ୱର୍ ସଂଯୋଗୀ କରଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଗ୍ରାମବାସୀ ଏହା ଉପରେ ସିମେଂଟ ଖୁଂଟ ପୋତି ଜନସାଧାରଣଙ୍କୁ ସତର୍କ କରିଥିଲାବେଳେ ଦକ୍ଷିଣ ପାଶ୍ୱର୍ ମଧ୍ୟ ଦବିବା ଆରମ୍ଭ କରି ପିଚୁ ଫାଟି ଯାଇଛି । ଏହା ସହିତ ବର୍ଷାରେ ଏହି ସଂଯୋଗୀ କରଣ ରାସ୍ତାର ବହୁ ଅଂଶ ଧୋଇ ଯାଇଥିବା ବେଳେ ବାମ ପାଶ୍ୱର୍ ପୋଲ ନିକଟରେ ଅଧିକ ଧୋଇ ହୋଇ ଯାଇଛି । ଚଳିତ ବନ୍ୟାରେ ନଦୀ ଫୁଲିବା ସହିତ ପାଣି ଏହି ଧୋଇ ଯାଇଥିବା ଅଂଶରେ ଲାଗିବା ଦେଖିବାକୁ ମିଳିଛି । ଏହି ନଦୀରେ ଅଧିକ ସ୍ରୋତ ଥିବାରୁ ଏହି ସ୍ରୋତ ଦବିବା ଅଂଶରେ ମାଡ ହେବାରୁ ତାହା ଯେ କୈାଣସି ମୁହୁର୍ତରେ ନଦୀ ଗର୍ଭକୁ ଚାଲିଯିବାର ଆଶଂକା ମଧ୍ୟ ରହିଛି । ଯାହା ଫଳରେ ଏହି ରାସ୍ତାରେ ଗତାଗତ ସଂପୂର୍ଣ୍ଣ ବ୍ୟାହାତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ନିର୍ମାଣ ସମୟରେ ସଂପୃକ୍ତ ଠିକାଦାର ମାଟି ବଦଳରେ ବାଲିଆ ମାଟି ଦେଇ ଏହାକୁ ନିର୍ମାଣ କରିଥିବାରୁ ଏହା ବର୍ଷାରେ ଧୋଇ ଯାଇ ଦବିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସହିତ ନିର୍ମାଣ ସମୟରେ ସଂପୃକ୍ତ ବିଭାଗର ଅଧିକାରୀ ନିମ୍ନ ମାନର କାମ ପ୍ରତି ଆଦୈା ଗୁରୁତ୍ୱ ଦେଇ ନଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ କିଛି ଦିନର ବର୍ଷାରେ ଏହି ସଂଯୋଗୀ କରଣ ରାସ୍ତାର ଏହି ଅବସ୍ଥା ହୋଇଥିବା କହିଛନ୍ତି ଗ୍ରାମବାସୀ । ରାସ୍ତା ସଂପୂର୍ଣ୍ଣ ଦବିବା ପୂର୍ବରୁ ଏହାକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top