ଓଡ଼ିଶା

ନିଜ ଦୋଷକୁ ଲୁଚାଇବା ପାଇଁ ରାଜମାର୍ଗ ବିଭାଗକୁ ଦାୟୀ କରି ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ : ଲେଖାଶ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଲେ ଲେଖାଶ୍ରୀ

ଭୁବନେଶ୍ୱର, ତା.୧୯/୦୭(ଓଡ଼ିଆ ପୁଅ): ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାରଣରୁ ଓଡିଶା ଆଜି ରସାତଳଗାମୀ। ପରିସ୍ଥିତିରେ ପଡି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଚିଠି ରାଜନୀତି ମାଧ୍ୟମରେ ନିଜର ଅପାରଗତା, ସ୍ଥାଣୁତା ଏବଂ ଅସୁସ୍ଥତାକୁ ଲୁଚାଉଛନ୍ତି। ରାଜ୍ୟ ସମସ୍ୟାର ସମାଧାନ ପରିବର୍ତେ ଅନ୍ୟ ମୁଣ୍ଡକୁ ଦୋଷ ଠେଲି ଦେଇ ନିଜେ ଖସି ଯିବାରେ ମୁଖ୍ୟମନ୍ତ୍ରୀ ଧୁରନ୍ଧର। ଦୂରଦୃଷ୍ଟି ଅଭାବ, ଅହେତୁକ ଅନୁକଂପା, ନିୟମ ଖିଲାପକାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ ସହିତ ଆନ୍ତରିକତା ଅଭାବ କାରଣରୁ ବର୍ଷା ପାଣିରେ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଓଡିଶା ଆଜି କୃତ୍ରିମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। କୃତ୍ରିମ ବନ୍ୟା କାରଣରୁ ସାଧାରଣ ଜୀବନଯାପନ ଆଜି ହନ୍ତସନ୍ତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ଦୋଷକୁ ଲୁଚାଇବା ପାଇଁ ରାଜମାର୍ଗ ବିଭାଗକୁ ଦାୟୀ କରି ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ। ରାଜ୍ୟରେ କେଉଁଠି ଓ କଣ ହେଉଛି, ତାହା ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ। କିଛି ନିର୍ଦ୍ଧିଷ୍ଟ ସରକାରୀ କର୍ମଚାରୀଙ୍କ ଦ୍ୱାରା ଲିଖିତ ଚିଠିକୁ ଦସ୍ତଖତ କରିଦେଇ ଅନ୍ୟ ମାନଙ୍କ ଉପରେ ଦୋଷ ଲଦି ଦେବା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ। ସାମ୍ବିଧାନିକ ଦାୟୀତ୍ୱରେ ରହି ଏଭଳି ଖସି ଯାଇପାରିବେ ନାହିଁ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କଡା ଭାଷାରେ ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରିଛନ୍ତି। ସାଧାରଣରେ ଲୋକଙ୍କ ସହ ମିଶି କଥା ହେଉନଥିବା ମୁଖ୍ୟମନ୍ତ୍ରୀ କାଳେ ଚିଠିର ଭାଷା ବୁଝିବେ, ସେହି ଉଦ୍ଦେଶ୍ୟରେ ସେ ଏକ ଖୋଲା ଚିଠି ଦ୍ୱାରା ନିଜ ଅଭିଯୋଗ ଜଣାଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top