କେନ୍ଦୁଝର

ନିଜ ଗ୍ରାମର ରାସ୍ତାକୁ ଗ୍ରାମବାସୀ ସଫା ସହ ମରାମତି କଲେ, ପ୍ରଶାସନର ନଜର ପଡୁନାହିଁ

ହରିଚନ୍ଦନପୁର,ତା୧୦ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୋଣ୍ଡା ଗ୍ରାମ ପଞ୍ଚାୟତର ବାଉଁଶପାଳ ଗ୍ରାମର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ନିଜ ଗ୍ରାମ ରାସ୍ତାକୁ ମିଳିତ ଭାବରେ ସଫା କରିବା ସହ ମରାମତି କରିଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ୱାର୍ଡମେମ୍ବର ବାବୁଲି ବେହେରା, ସୁଶାନ୍ତ ବେହେରା, ମଧୁସୂଦନ ବେହେରା, ଦାଶରଥୀ ବେହେରା, ମୁନିନ୍ଦ୍ର ବେହେରା, ବୈଲୋଚନ ବେହେରା ପ୍ରମୁଖଙ୍କ ନେତୃତରେ ଗ୍ରାମରାସ୍ତାଟିକୁ ସଫା କରିବା ସହିତ ଖାଲ ଗୁଡିକୁ ମରାମତି କରିଥିଲେ । ଏଠାରେ ପ୍ରଶ୍ନ ଊଠୁଛି ସରକାର ଗାଁ ଗହଳି ମାନଙ୍କରେ ଥିବା ରାସ୍ତା ଗୁଡିକୁ ମରାମତି କରିବା ସହ ନୂତନ ଭାବରେ କାର୍ଯ୍ୟକାରୀ କରିବା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦୀର୍ଘଦିନ ହେବ ବାଉଁଶପାଳ ଗ୍ରାମର ରାସ୍ତାଟି ଜରାଜିହ୍ନ ଅବସ୍ଥାରେ ପଡି ରହିଥିଲା । ଉକ୍ତ ରାସ୍ତାର ପୂର୍ଣ୍ଣ ଉଦ୍ଧାର ପାଇଁ ଗ୍ରାମର ଲୋକମାନେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ପାଖରେ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରିନାହାନ୍ତି । ଉକ୍ତ ରାସ୍ତାରେ ସ୍ଥାନୀୟ ସରପଞ୍ଚ ନିତିଦିନ ଯିବା ଆସିବା କରିଥିଲେ ମଧ୍ୟ କିପରି ତାଙ୍କର କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନଜର ପଡୁନାହିଁ ତାହା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିବା ସହ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ରାସ୍ତାଟି ଉପରେ ଅନେକ ଗ୍ରାମ ଲୋକମାନେ ନିର୍ଭର କରି ଆସୁଥିବାକୁ ଦେଖି ବାଧ୍ୟହୋଇ ବାଉଁଶପାଳ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ମରାମତି କରିବା ସହ ସଫେଇ କାର୍ଯ୍ୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top