ଓଡ଼ିଶା

ନିଜଘରୁ ଅଜାଘରକୁ ଅସୁଥିବା ବେଳେ ନାବାଳକ ନିଖୋଜ

ବାହାନଗା/ବାଲେଶ୍ୱର,୨୪/୧୦(ଓଡ଼ିଆ ପୁଅ/ଭାରତୀ ଦାସ)- ନିଜଘର ସ।ହୁପଡ଼ାରୁ ଅଜାଘରକୁ ଆସୁଥିବା ନାବାଳକ ରାସ୍ତାରେ କେଉଁଠି ନିଖୋଜ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ସାହୁପଡ଼ା ଗ୍ରାମର ସନାତନ ମହାଳିକଙ୍କ ପୁଅ କାହ୍ନୁ ଚରଣ ମହାଳିକ(୧୫) ନୂଆପୁର ସ୍ଥିତ ଅଜା ଫକୀର ମହାଳିକଙ୍କ ଘରେ ରହି ପଢେ । ପୂଜା ଛୁଟିରେ କାହ୍ନୁ ନଜ ଘରକୁ ଯାଇଥିଲାା ପୂଜା ପରେ ଗତ ସୋମବାର ୨୨ତାରିଖରେ କାହ୍ନୁ ନିଜ ଘର ସାହୁପଡ଼ାରୁ ଦିନ ୯ଟାରେ ବସ ଯୋଗେ ଅଜା ଘରକୁ ଆସିଥିଲା । ଘରୁ ବାହାରି ବସରେ ବସିବା ପରେ କାହ୍ନୁର ମାଆ କାହ୍ନୁର ମାମୁଁ ପ୍ରଶାନ୍ତ ମହାଳିକକୁ ଫୋନ ଯୋଗେ ଛୁଆ ଯାଉଛି । ତାକୁ ବସ ଷ୍ଟପରୁ ନେଇ ଯିବା ପାଇଁ କହିଥିଲେ । ମାମୁଁ ପ୍ରଶାନ୍ତ ବାଲେଶ୍ୱର – ଗୋପାଳପୁର ରାସ୍ତାର ଯୋଡ଼ି ପୋଲ ବସଷ୍ଟପରେ ବସି ଦିନ ୩ଟା ସମୟରେ କାହ୍ନୁର ମାଆକୁ ଫୋନ ଯୋଗେ ପଚାରିବା ପରେ କାହ୍ନୁର ମାଆ ଛୁଆ ଯାଇଛି ବୋଲି କହିବା ପରେ କାହ୍ନୁକୁ ଖୋଜାଖୋଜି କରିଥିଲେ । ହେଲେ କାହ୍ନୁ ଘର ପହଞ୍ଚି ନଥିବା ବେଳେ ବାବା , ମାଆ ଓ ମାମୁଁ ଘର ଲୋକେ ଆଜି ପର୍ଯ୍ୟନ୍ତ ଖୋଜି ଥିଲେ ବି କାହ୍ନୁ ମିଳିନଥିବା ଜଣାପଡ଼ିଛି । ଜଦି କେହି ବ୍ୟକ୍ତି କାହ୍ନୁର ଖବର ପାଆନ୍ତି ଉକ୍ତ ଫୋନ ନମ୍ବରରେ ୮୩୨୮୮୨୧୯୨୨ରେ ଯୋଗାଯୋଗ କରିବାକୁ ଅନୁରୋଧ ପରିବାର ଲୋକେ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top