ଓଡ଼ିଶା

ନିଖୋଜ ହୋଇଥିବା ଯୁବତୀ ଉଦ୍ଧାର: ଅପହରଣ ଓ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ତୁରୁମୁଙ୍ଗା ୧୯-୯ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀକୁ ଗତ ବୁଧବାର ଦିନରୁ ଅପହରଣ କରିନେଇଥିବା ଓ ବଳତ୍କାର ଅଭିଯୋଗରେ ତୁରୁମୁଙ୍ଗା ପୋଲିସ ସଦର ଥାନା ବାସୁଦେବପୁର ଗ୍ରାମର ମୁକୁନ୍ଦ ମହାନ୍ତଙ୍କ ପୁଅ ରୋଶନ ମହାନ୍ତକୁ (୨୫) ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ଗତ ବୁଧବାର ରାତିରେ ଶୋଇ ଥିବା ବେଳେ ଘରୁ ନିଖୋଜ ହୋଇ ଯାଇଥିଲେ। ଏସ ଆଇ ସୁଶିଳା ବାର୍ଲା ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିଲେ। ଯୁବତୀଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ତୁରୁମୁଙ୍ଗା ପୋଲିସ ସୋମବାର ଯୁବତୀଙ୍କୁ କେନ୍ଦୁଝର ସହରରୁ ଉଦ୍ଧାର କରି ଡାକ୍ତର ମାଇନା କରାଇବା ସହିତ ଅଭିଯୁକ୍ତକୁ ଗିରଫ କରି ଆଇ.ପି.ସି ଏବଂ ପୋସ୍କୋ ଆକ୍ଟରେ ତୁରୁମୁଙ୍ଗା ଥାନା କେଶ ନମ୍ବର ୯୨/୧୮ରେ କୋର୍ଟ ଚାଲାଣ କରାଯାଇଥିବା ତୁରୁମୁଙ୍ଗା ଥାନା ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top