ଓଡ଼ିଶା

ନିଖୋଜ ନବବିବାହିତ ଦମ୍ପତିଙ୍କ ମୃତଶରୀର ସନ୍ଦେହ ଜନକ ଆବସ୍ଥାରେ କେନାଲ ହୁଡାରୁ ଉଦ୍ଧାର

ମାଲକାନଗିରି, ୪ା୩(ଓଡିଆ ପୁଅ ) ଗତ ଦୁଇଦିନ ତଳେ ନିଖୋଜ ନବବିବାହିତ ଯୁବଦମ୍ପତିଙ୍କ ମୃତଶରୀରକୁ ଆଜି ସକାଳେ ସନ୍ଦେହ ଜନକ ଅବସ୍ଥାରେ କେନାଲହୁଡାରୁ ପୁଲିସ ଉଦ୍ଧାର କରିଛି। କାଲିମେଳା ଥାନାସ୍ଥ ଏମଭି୭୦ଗ୍ରାମର ଗଣେଶ ଘୋଷ(୨୪)ତାଙ୍କ ପତ୍ନୀ ନିଳିମା ଘୋଷ(୨୦) ଗତଦୁଇଦିନ ହେଲା କୌଣସି କାରଣ ଯୋଗୁ ଘରୁ ନିଖୋଜ ହୋଇଯାଇଥିଲେ। ଆଜି ସକାଳେ ସେହି ଯୁବ ଦମ୍ପତିଙ୍କ ମୃତ ଶରୀର ଏମଭି ୭୦ କେନାଲ ହୁଡାରେ ପଡିଥିବାର ଦେଖି ଗ୍ରାମବାସୀମାନେ କାଲିମେଳା ଥାନାକୁ ଜଣାଇଥିଲେ। କାଲିମେଳା ପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଦୁଇଟିକୁ ଜବତକରି ଶବବ୍ୟବଛେଦ ପାଇଁ କାଲିମେଳା ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭକରିଛନ୍ତି। ପ୍ରାଥମିକ ତଦନ୍ତରୁ ଜମାପଡିଛି ଯେ ଏହି ଦମ୍ପତି ଦାରିଦ୍ରତାର ତାଡନା ସହି ନପାରି ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟାକରିଥିବାର ପୁଲିସ ସନ୍ଦେହକରୁଛି, ଶବବ୍ୟବଛେଦ ବିବରଣୀ ଆସିବାପରେ ମୃତ୍ୟୁର ପ୍ରକୃତ ରହସ୍ୟ କଣ ଜଣା ପଡିବ ବୋଲି ପୁଲିସ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top