ନିଖୋଜ କୃଷକ ବିଲରୁ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ତ୍ରିଲୋଚନପୁର ଗ୍ରାମର ଜଣେ କୃଷକ କୈଳାସ ପ୍ରଧାନ ପାଟବିଲକୁ ଯାଇ ନିଖୋଜ ହୋଇଥିଲେ। ପାଟରେ ଥିବା ତାଙ୍କ ବିଲ ଘରଠାରୁ ପ୍ରାୟ ୧ କି.ମି. ଦୂର। ତାଙ୍କ ଧାନଜମି ପାଣିତଳେ ବୁଡି ନଷ୍ଟ ହୋଇଯାଇଥିବାରୁ ଶ୍ରୀ ପ୍ରଧାନ ପାଣିଘେର ମଧ୍ୟରେ ଥିବା ଏକ ଟାପୁରେ ମାନସିକ ଭାରସ୍ୟାମ ହରାଇ ନିସ୍ତେଜ୍ ହୋଇପଡିଥିଲେ। ସେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଲରୁ ନଫେରିବାରୁ ତାଙ୍କ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିଲା। ଖବର ଦିଆଯିବାପରେ ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ପାଟ ଭିତରୁ ଖୋଜାଖୋଜିକରି ଉଦ୍ଧାର କରାଯାଇଥିଲା। ସେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *