ଓଡ଼ିଶା

ନିଖିଳ ଓଡ଼ିଶା ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପର ରାତ୍ରଜଗୁଆଳ ଓ ପିଅନ ମହାସଂଘ ତରଫରୁ ବିଧାନସଭା ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର, ତା ୨୩ା୪ (ଓଡ଼ିଆ ପୁଅ): ନିଖିଳ ଓଡ଼ିଶା ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପର ରାତ୍ରଜଗୁଆଳ ଓ ପିଅନ ମହାସଂଘ ତରଫରୁ ବିଧାନସଭା ସମ୍ମୁଖରେ ଗଣଧାରଣା – ଓଡ଼ିଶାର ୩୧୪ ବ୍ଲକରେ ଥବା କର୍ମଚାରୀ ତଥା ରାତ୍ର ଜଗୁଆଳି ଓ ପିଅମାନେ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ନିଯୁକ୍ତି ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଉଚିତ୍ ପ୍ରାପ୍ୟ ମିଳିନାହିଁ। ବଡ଼ ଦୁଃଖର ବିଷୟ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ୩୦୦ ଟଙ୍କା ହୋଇଥିଲେ ମଧ୍ୟ ଉକ୍ତ କର୍ମଚାରୀମାନଙ୍କୁ ପ୍ରାୟ ହାରାହାରି ୭୨ ଟଙ୍କା ୫୦ ପଇସା ମିଳୁଛି। ତାହା ପୁଣି ଅନେକ ବିଳମ୍ବରେ। ଏପରିକି ପ୍ରାୟ ୨ ବର୍ଷ ହେଲା ତାଙ୍କର ବକେୟା ମଜୁରୀ ମିଳିନାହିଁ। ଶ୍ରମ ଆଇନ୍ ନିୟମ ଅନୁଯାୟୀ ଜଣେ ୮ ଘଣ୍ଟାରୁ ଅଧିକ ଖଟିବା ଅପରାଧ। କିନ୍ତୁ ଏମାନେ ଅହୋରାତ୍ର ଖଟିଥାନ୍ତି। ସରକାରଙ୍କ ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପକୁ ସଂଘ ନିନ୍ଦା କରିବା ସଂଗେ ସଂଗେ ତୁରନ୍ତ ସର୍ବନିମ୍ନ ଦୈନିକ ମଜୁରୀ ୩୦୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ସଂଘ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଅଛିି। ଉକ୍ତ ଧାରଣାରେ ବିପ୍ଳବୀ କବି ତଥା ଓଡ଼ିଶାର ବରିଷ୍ଠ ସମାଜବାଦୀ ରାଜନେତା ଶ୍ରୀ ସୁଦର୍ଶନ ପ୍ରଧାନ, ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ପ୍ରଦୀପ ମିଶ୍ର, ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ଦାସ, ବରିଷ୍ଠ ଚାଷୀ ନେତା ଶ୍ରୀ ବିଜୟ ବେହେରା, ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ ବେହେରା, ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀ ଦିବ୍ୟ ରଞ୍ଜନ ଭୁଏ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top