ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା୨୨/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ନିଖିଳ ଓଡିଶା ଆଶାକର୍ମୀ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ଜିଲ୍ଲାପାଳ ରଘୁଜୀଙ୍କୁ ଏକ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ତୁରନ୍ତ ଆଶାକର୍ମୀ,ଆଶାସାଥୀ ଓ ଏ.ଏନ.ଏମ.କର୍ମଚାରୀ ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ,ମାସିକ ଦରମା ନହେଲା ପର୍ଯ୍ୟନ୍ତ ଆଶାସାଥୀମାନଙ୍କୁ ଆଶାକର୍ମୀଙ୍କ ଠାରୁ ଅଲଗା କରାନଯିବା,ଆଶାସାଥୀ ଓ ଆଶାକର୍ମୀଙ୍କୁ ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ଦରମା ପ୍ରଦାନ,ଗତ ତା୮.୯.୨୦୧୦ରିଖରେ ଦିଲ୍ଲୀଠାରେ,ନଭେମ୍ବର ୨୭ ଓ ଡିସେମ୍ବର ୧୭ରେ ଭୂବନେଶ୍ୱରରେ ଆନେ୍ଦାଳନକରି ଦରମା ସମ୍ପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଦରମା ଘୋଷଣା ନକରିବା,ଆସନ୍ତା ଅପ୍ରେଲ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ସରକାର ଦରମା ସମ୍ପର୍କରେ ଘୋଷଣା ନକଲେ ଆଶାକର୍ମୀ ଓ ଆଶାସାଥୀ ମାନଙ୍କ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯିବା, ପ୍ରତ୍ୟେକ ଡାକ୍ତରଖାନାରେ ଥିବା ଆଶାଗୃହରେ ପାନୀୟ ଜଳ ଓ ପାଇଖିନା ବନେ୍ଦାବସ୍ତ କରାଯିବା,ସମସ୍ତ ଆଶାକର୍ମୀ ଓ ଆଶାସାଥୀଙ୍କୁ ମୋବାଇଲ ଯୋଗାଇ ଦେବା ସହିତ ସେମାନଙ୍କ ପାଇଁ ସର୍ବନିମ୍ନ ୫ଲକ୍ଷ ଟଙ୍କାର ବୀମା କରାଯିବା ପ୍ରଭୃତି ଦାବି ରହିଛି । ସଙ୍ଘର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେଉରା,ଉପସଭାପତି ବିଜୟ କୁମାର ପରିଡା,ସମ୍ପାଦିକା ସଂଯୁକ୍ତା ରାଉତ,ଅରୁଣ କୁମାର ରାଉତ,ଶୁସାନ୍ତ କୁମାର ମହାନ୍ତି,ଚନ୍ଦନା ଲେଙ୍କା,ଅକ୍ଷୟ ସେଠୀ,ନୟନା ନନ୍ଦୀ,ବନ୍ଦନା ମଲ୍ଲିକ,ଦୈା୍ରପଦୀ ସ୍ୱାଇଁ ପ୍ରମୁଖ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *