ଜିଲ୍ଲା ପରିକ୍ରମା

ନିଖିଲ ଓଡିଶା ମେହେର ସମାଜର ରାଜ୍ୟକାର୍ଯ୍ୟକାରିଣୀ ବୈଠକ

ଖଡିଆଳ/ନୂଆପଡା-୦୮.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ଗ୍ରାମଠାରେ ନିଖିଲ ଓଡିଶା ମେହେର(ଭୂଲିଆ)ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ସଭାପତିତ୍ୱ କରିଥିବା ବେଲେ ମୁଖ୍ୟଅତିଥି ଭାବରେ କାର୍ଯ୍ୟକାରୀ ସଭାପତି ବୈଷମ୍ପାୟନ ମେହେର,ସାଧାରଣ ସମ୍ପାଦକ ଗୋପବନ୍ଧୁ ମେହେର,ସଂଯୋଜକ ସୁରେନ୍ଦ୍ର ମେହେର ଯୋଗଦାନ କରିଥିଲେ । ଏହି ବୈଠକରେ ରାଜ୍ୟର ୧୬ ଗୋଟି ଜିଲାର ଜିଲା କମିଟିର ସଭାପତି,ସମ୍ପାଦକ ଯୋଗଦାନ କରିଥିବା ବେଲେ ନୁଆପଡା ଜିଲା ଆୟୋଜନ କମିଟିର ପ୍ରେମଲାଲ ମେହେର,ନବୀନଚନ୍ଦ୍ର ମେହେର,ତ୍ରୀଲୋଚନ ମେହେର,ରାମେଶ୍ୱର ମେହେର,ହିରାଲାଲ ମେହେର,କୌଶିକ ମେହେର,ବୈଷ୍ଣବ ମେହେର ଯୋଗଦାନ କରିଥିଲେ । ଏହି ଅବସରରେ ଆସନ୍ତା ମାର୍ଚ୍ଚ ୧୭ ଓ ୧୮ ଦୁଇଦିନ ବ୍ୟାପୀ ବରଗଡ ଜିଲାର ପଦ୍ମପୁର ଠାରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ମହାସଭା,ସମାଜର କୌଳିକ ବୃତ୍ତି ଲୁଗା ବୁଣିବାକୁ ପ୍ରୋସôାହନ ଦେବା,ସମାଜର ବାର୍ଷିକ ପତ୍ରିକା ଆସନ୍ତା ପଦ୍ମପୁର ମହାସଭାରେ ପ୍ରକାଶନ,ସମାଜର ଗରୀବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସାହାର୍ଯ୍ୟ ପ୍ରଦାନ,ପଦ୍ମପୁର ମହାସଭାରେ ବାନ୍ଧଶିଳ୍ପି ମାନଙ୍କୁ ସମ୍ମାନୀତ କରାଯିବା ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ରାଜ୍ୟର ମେହେର ସମାଜର କର୍ମକର୍ତ୍ତା ଯୋଗଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top