କୋରାପୁଟ

ନିଖିଲ ଉତ୍କଳ ଗ୍ରାମରକ୍ଷୀ ସଂଘ କୋରାପୁଟ ଜିଲ୍ଲା ଶାଖାର ବୈଠକ

କୋରାପୁଟ ; ତା୨୧-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସାଇ ମନ୍ଦିର ସଭାଗୃହଠାରେ ନିଖିଲ ଉତ୍କଳ ଗ୍ରାମରକ୍ଷୀ ସଂଘ କୋରାପୁଟ ଜିଲ୍ଲାଶାଖାର ଏକ ବୈଟକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ଶାଖାର ସଭାପତି ଦିବାକର ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାୟଗଡା ଜିଲ୍ଲା ସଭାପତି ସଦାନନ୍ଦ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଉପଦେଷ୍ଟା ଗୁପ୍ତେଶ୍ୱର ପାଣିଗ୍ରାହୀ,  ରାୟଗଡା ଜିଲ୍ଲା ସଂପାଦକ ଶାକାରୀ ନାୟକ,  କୋଷାଧ୍ୟକ୍ଷ ଅଖିଲେଶ ନାୟକ ଯୋଗଦେଇଥିଲେ।କୋରାପୁଟ ଜିଲ୍ଲାର ସମସ୍ତ ଗ୍ରାମରକ୍ଷୀ ଯୋଗଦେଇଥିବା ବେଳେ ଅବିଭିକ୍ତ କୋରାପୁଟ ଜିଲ୍ଲା ଶାଖାର କର୍ମକର୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା ସଂପାଦକ ବାବୁଲା ନାୟକ ଯୋଗଦେଇ ପରିଚାଳନା କରିଥିବା ବେଳେ ସହ ସଂପାଦକ ରାମଚନ୍ଦ୍ର ହରିଜନ ଓ କମଲୁ ଲୋଚନ ନାୟକ, ପ୍ରସାଦ ଶବର,  ନିତ୍ୟାନନ୍ଦ ଖୋସଲା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଗ୍ରାମରକ୍ଷୀମାନଙ୍କ ମାସିକ ଭତା ୬୬୦୦ ଟଙ୍କା ବୃଦ୍ଧି କରିବା ପ୍ରମୁଖ ଦାବି ରହିଥିବା ସଭାପତି ଦିବାକର ଜାନି ପ୍ରକାଶ କରିଥିଲେ।କାର୍ଯ୍ୟରତ ଗ୍ରାମରକ୍ଷୀ ମୃତ୍ୟୁବରଣ କଲେ ମୃତକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ କରିବା ଦାବି ମଧ୍ୟ ରହିଥିଲା ବୋଲି ସେ ସୂଚନା ଦେଇଥିଲେ।ନକ୍ସଲ ପ୍ରଭାବିତ ଅଂଚଳରେ ଗ୍ରାମରକ୍ଷୀଙ୍କ ଭତା ବନ୍ଦ କରାଯାଇଛି ତାହାକୁ ତୁରନ୍ତ ପ୍ରଦାନ କରିବାକୁ ସେ ଦାବି କରିଥିଲେ।ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top