ନିଆଳୀ ହାଇସ୍କୁଲରେ ‘ମୋ ସ୍କୁଲ’ ଅଭିଯାନର ଶୁଭାରମ୍ଭ

ନିଆଳୀ, ୦୯/୯ (ଓଡ଼ିଆ ପୁଅ): କଟକ ଜିଲ୍ଲା ନିଆଳୀ ହାଇସ୍କୁଲରେ ରବିବାର ଦିନ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଦିକ୍ଷୀତଙ୍କ ଆବାହକତ୍ୱ ଓ ପୂର୍ବତନ ଆଇ.ଜି ବଟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା। ୭୦ ବର୍ଷର ଏହି ସ୍କୁଲର ପୁରାତନ ଟିଣ ଛପର ଗୃହକୁ ସ୍ମାରକୀ ରୂପେ ସୁରକ୍ଷିତ କରି ରଖିବା ସହିତ ଏହାର ପୁନରୁଦ୍ଧାର କରିବା ପାଇଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଖର୍ଚ୍ଚ ଅଟକଳ କରାଯିବା ସହିତ ପୁରାତନ ଛାତ୍ରଛାତ୍ରୀମାନେ ଏଥିପାଇଁ ଅନୂନ୍ୟ ୨୦ ଲକ୍ଷ ଟଙ୍କା ନିଜ ଭିତରୁ ଦାନ ସଂଗ୍ରହ କରିବା ପାଇଁ ସ୍ଥିର ହେଲା। ଆଗାମୀ ଅକ୍ଟୋବର ୨୧ ତାରିଖରେ ଏଥିପାଇଁ ଏକ ସାଧାରଣ ବୈଠକ ଡାକିବା ପାଇଁ ତୁରନ୍ତ ୧୯୪୮ ଠାରୁ ଏଯାବତ୍ ଅଧ୍ୟୟନ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କରିବା ଦାୟୀତ୍ୱ ଏହି ପ୍ରସ୍ତୁତି କମିଟି ଉପରେ ନ୍ୟସ୍ତ ହେଲା।

ଏହି ବୈଠକରେ ଡକ୍ଟର ଅହିରାଜ ପରିଡା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସ୍ଥାନୀୟ ସରପଂଚ ପ୍ରଶାନ୍ତ ସିଂହ, ବିଶିଷ୍ଟ ପ୍ରଶାସକ ସୁରେନ୍ଦ୍ର ନାଥ ଜେନା, ରଜାକ୍ ଖାନ୍, ଅରକ୍ଷିତ ସିଂହ, ବୈରାଗୀ ଦାସ, ଆବଦୁଲ ମନାନ ଖାନ୍, ପ୍ରଫୁଲ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ପୁରାତନ ଛାତ୍ର ସଂଘକୁ ସକ୍ରିୟ କରି ବିଦ୍ୟାଳୟର ବିକାଶ ପାଇଁ ଉତ୍ସଗୀକୃତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *