କଟକ

ନିଆଳିିରେ ଜୈବ କୃଷି ବିପ୍ଳବ ଆରମ୍ଭ, ବିଷମୁକ୍ତ ପନି ପରିବା ଚାଷ ପାଇଁ ମଞ୍ଜି ବଣ୍ଟନ

ନିଆଳି ୨୧-୨ (ଓଡ଼ିଆ ପୁଅ/ଦେବଦତ୍ତ ରାୟ) : ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ର ପକ୍ଷରୁ ନିଆଳି ଅଞ୍ଚଳରେ ଜୈବ କୃଷି ବିପ୍ଳବ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ପରମ୍ପରାଗତ କୃଷି ବିକାଶ ଯୋଜନାରେ ନିଆଳି ବ୍ଲକ୍ର ୧୦ଟି କ୍ଲଷ୍ଟରରେ ୫ଶହ ଚାଷୀ ଖରିଫ୍ ୨୦୧୭ରେ ଜୈବ ପଦ୍ଧତିରେ ଧାନ ଚାଷ କରି ସଫଳ ହୋଇଥିଲେ। ପରେ ଏହି ବ୍ଲକ୍ର ଖଣ୍ଡେଶ୍ୱର ଗ୍ରାମର ୨ଟି କ୍ଲଷ୍ଟରର ମହିଳା ଚାଷୀ ମାନଙ୍କୁ ନେଇ ବିଷମୁକ୍ତ ଦେଶୀ ପନିପରିବା ଚାଷ କରିବା ପାଇଁ ପ୍ରାୟ ୬୦ଜଣ ମହିଳା ଚାଷୀ ଆଗ୍ରହ ପ୍ରକାଶ କରିବା ପରେ ଗବେଷଣା କେନ୍ଦ୍ର ପକ୍ଷରୁ ସେମାନଙ୍କୁ ୨୦ ଏକର ଜମିରେ କଖାରୁ, କାକୁଡ଼ି, ଜହ୍ନି, ଭେଣ୍ଡି ଓ ବିଭିନ୍ନ ଶାଗ ମଞ୍ଜି ଯୋଗାଇ ଦିଆଯାଇଛି। ପଶ୍ଚିମବଙ୍ଗର ମେଦିନ ପୁରରୁ ଦେଶୀ ପରିବା ମଞ୍ଜି ସଂଗ୍ରହ କରାଯାଇଥିଲା। ନିଆଳି ସ୍ଥିତ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ପରିସରରେ ଏକ ମଞ୍ଜି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେନ୍ଦ୍ରର ଅଧ୍ୟକ୍ଷ ନଟବର ଷଢ଼ଙ୍ଗୀ ସଭାପତିତ୍ୱ କରି ଦେଶୀ ଚାଷ ବିଷୟରେ ଉପସ୍ଥିତ ମହିଳା ଚାଷୀ ମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଡ଼ାକ୍ତର ଅଧିରାଜ ପରିଡ଼ା, ନିଆଳି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ସିଂହ, ବାଲିପାଟଣା ବ୍ଲକ୍ ଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ମହିଳା ଚାଷୀଙ୍କୁ ଉକ୍ତ ପନିପରିବା ମଞ୍ଜି ବଣ୍ଟନ କରିଥିଲେ। ଏହି ଅବସରରେ ବର୍ତ୍ତମାନ ବିଭିନ୍ନ ପନି ପରିବାରେ ବହୁଳ ପରିମାଣର ରାସାୟନୀକ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ କମ୍ ବୟସରୁ ବହୁ ରୋଗ ହେଉଥିବାରୁ ଜୈବିକ ପ୍ରଣାଳୀରେ ଦେଶୀ ପନିପରିବା ଚାଷ କରିବା ପାଇଁ ଅତିଥିମାନେ କହିଥିଲେ। ଗବେଷଣା କେନ୍ଦ୍ରର ପରିଚାଳକ ଯୁବରାଜ ସ୍ୱାଇଁ, ଦେବବ୍ରତ ରାୟ, ଚିତ୍ତ ରଂଜନ ପଟ୍ଟାୟତ କାର୍ଯ୍ୟକ୍ରମ ପରଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ ମହିଳା ଚାଷୀ ସଂଯୁକ୍ତା ମଲ୍ଲିକ ଓ ଚାଷୀ ଦୁଃଶାସନ ମଲ୍ଲିକ ଦେଶୀ ଚାଷର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top