ନିଆରା ଢ଼ଙ୍ଗରେ ରଜ ଉତ୍ସବ ପାଳନ ଉତ୍କଳମଣୀ ପୂଜ୍ୟପୂଜା ସଂସଦ ତରଫରୁ ପିତୃମାତୃ ପୂଜନ ଉତ୍ସବ

ତିର୍ତ୍ତୋଲ୧୩/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ଅଭିନବ ଉପାୟରେ ରଜ ଉତ୍ସବକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ପାତ୍ସାତ୍ୟ ସଭ୍ୟତାକୁ ଅନୁକରଣ କରି ଅଧୁନା ପିଲାମାନେ ବୟସ୍କ ପିତାମାତାଙ୍କୁ ଅଣଦେଖା କରୁଥିବାବେଳେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ସାଗବାରିଆଠାରେ ଥିବା ଉତ୍କଳମଣୀ ପୂଜ୍ୟପୂଜା ସଂସଦ ପକ୍ଷରୁ ପଞ୍ଚମ ବାର୍ଷିକି ଉତ୍ସବ ଅବସରରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କୁ ସସ୍ରଦ୍ଧ ପୂଜାର୍ଚ୍ଚନା କରି ସମ୍ମାନ ପଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ବୃଦ୍ଧ/ବୃଦ୍ଧା ମାନଙ୍କୁ ସଂସଦ ତରଫରୁ ଉତ୍ସବସ୍ଥଳକୁ ଅଣାଯାଇ ପ୍ରଥମେ ସେମାନଙ୍କ ପାଦକୁ ହଳଦୀ ପାଣୀରେ ଧୋଇ ଫୁଲହାର ପିନ୍ଧାଇଦେବାପରେ ଧୂପ ଦ୍ୱୀପ ହୁଳହୁଳୀ ଶଦ୍ଦରେ ପୂଜାର୍ଚ୍ଚନା କରାଯାଇଥିଲା। ନବ ବସ୍ତ୍ର ପ୍ରଦାନ କରାଯାଇ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ଼ାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ମାଗଣା ଔଷଧ ଦିଆଯାଇଥିଲା। ଆୟୋଜିତ ସଭାରେ ବରିଷ୍ଠ ଆଇନିଜିବୀ ବୈଷ୍ଣବ ଚରଣ ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ତଥା କବି କୌଳାଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଆଜିର ସମାଜରେ ବାପା ମା ମାନଙ୍କୁ କିଭଳିଭାବେ ଅବହେଳା କରାଯାଉଛି ତାହାର ନମୁନା ସମ୍ପର୍କରେ ଆଲୋଚନା କରିଥିଲେ। ମଣିଷ ଯେତେବେଳେ ସାହାରା ଖୋଜୁଥାଏ ସେତେବେଳେ ଜନ୍ମ ଦେଇଥିବା ପିଲାମାନେ ଧୋକା ଦିଅନ୍ତି। ସଂସାରରେ ଏହିଭଳି ଦୁର୍ଦିନରେ ଗତି କରୁଥିବା ମଣିଷମାନଙ୍କୁ ଖୋଜୁଥିବା ଉତ୍କଳମଣି ପୂଜ୍ୟପୂଜା ସଂସଦର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥିଭାବରେ ସୁଶ୍ରୀ ସୁଭଶ୍ରୀ ସାହିତ୍ୟ ପତ୍ରିକାର ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ ଅତିଥି ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବାବେଳେ ଅନ୍ୟତମ ଅତିଥି ସାହିତ୍ୟିକ ହେମନ୍ତ କୁମାର ନାୟକ, ଡ଼ାକ୍ତର ଚନ୍ଦ୍ର ଶେଖର କର, ସଂସଦର ସମ୍ପାଦକ ଆଇନିଜିବୀ ସୁଧିର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଏହି ବୃଦ୍ଧ/ବୃଦ୍ଧାମାନଙ୍କୁ ସାନ୍ତ୍ୱନା ଓ ସେବା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଲୋକନାଥ ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉତ୍କଳମଣୀ ପୂଜ୍ୟପୂଜା ସଂସଦର ସଭାପତି ନରେନ୍ କୁମାର ଦାସ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ, ବାବାଜି ମଲ୍ଲିକ, ବିଷ୍ଣୁ ଚରଣ ସାହୁ, ପ୍ରଫୁଲ ଦାସ, ସାମ୍ବାଦିକ ସୁଶିଲ କୁମାର ମହାନ୍ତି ପ୍ରମୁଖ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *