ad
ଓଡ଼ିଶା

ନିଆଁରେ ଜିଅନ୍ତା ଜଳିଗଲେ ନବ ବିବାହିତା ମହିଳା : ମୃତ୍ୟୁର କାରଣ ରହସ୍ୟ ଘେରରେ

କେନ୍ଦୁଝର ୨୫-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ନିଆଁରେ ପୋଡି ହୋଇ ଜଣେ ନବ ବିବାହିତା ମହିଳା ଙ୍କର ମୃତ୍ୟୁ, ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଓ ରହସ୍ୟ ଘେରରେ। ମୃତକ ହେଲେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କବିତ୍ରା ଗାଁର ଲଳୀତା ମହାନ୍ତ। ମୃତ ଲଳିତାଙ୍କ ନିଜ ଘର ପାଟଣା ଥାନାର ଅଙ୍କୁର ଗାଁ’ ରେ। ଲଳିତା ଗତବର୍ଷ ଜୁଲାଇ ମାସରେ କବିତ୍ରା ଗାଁର କରୁଣା ମହାନ୍ତଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ। କରୁଣା ଚାଷବାସ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ଆଜି ସକାଳେ ଲଳିତା କୁଆଡେ ତାଙ୍କ ସ୍ୱାମୀ ଓ ନଣନ୍ଦ ବିଲକୁ ଯିବେ ବୋଲି ତାଙ୍କୁ ଭାତ ବାନ୍ଦି କରିଦେଲେ ଓ ଶାଶୁଙ୍କୁ ଖାଇବା ଦେବା ସହ ପରିବା ଧୋଇ କରି ଦେଲେ ଓ ଶାଶୁ କେନ୍ଦୁଝର ସହରକୁ ପରିବା ବିକିବାକୁ ଗଲେ ଓ କରୁଣା ଏବଂ ତାଙ୍କ ଭଉଣୀ ପରିବା ବଗିଚାକୁ ଯାଇଥିଲେ। ଠିକ ଏହି ସମୟରେ ତାଙ୍କର ଜଣେ ପୁତୁରା ଗୌତମ ମହାନ୍ତ ଘର ଭିତରୁ ଧୂଆଁ ବାହାରୁ ଥିବାର ଦେଖି ଗାଁ ଲୋକଙ୍କୁ ଡାକିବା ସହ ଗ୍ରୀଲ ଭିତରୁ ବନ୍ଦ ଥିଲା ଓ ସେ ଗ୍ରୀଲ ଭାଙ୍ଗି ଘର ଭିତରେ ଦେଖିବା ବେଳକୁ ଲଳିତା ପ୍ରାୟ ଅଧା ଜଳି ସାରିଥିଲେ। ସେମାନେ ଚେଷ୍ଟା କରି ସୁଦ୍ଧା ଲଳିତା ଙ୍କୁ ବଞ୍ଚାଇ ପାରିଲେ ନାହିଁ। ଲଳିତାଙ୍କ ଶାଶୁ ଓ ସ୍ୱାମୀଙ୍କର କହିବା କଥା ଲଳିତା ନିଜ ବାପା ଘରକୁ ଯିବା ପାଇଁ ଗତକାଲି ତାଙ୍କର ବାପାଙ୍କୁ ଡାକିଥିଲେ। ବାପା ଆସିଥିଲେ ଓ ବାପା ଝିଅଙ୍କର କିଛି ସାମନ୍ୟ ଝଗଡା ହୋଇଥିଲା। ଆଜି ଲଳିତା ନିଜ ବାପା ଘରକୁ ଯିବା କଥା ହେଲେ ଗଲେ ନାହିଁ। ଆଜି ସମସ୍ତଙ୍କୁ ସକାଳେ ଖାଇବାକୁ ଦେଲେ ଶାଶୁ ବଜାର ଯିବାକୁ ପରିବା ଧୋଇ ଧାଇ ସଜାଡି ଦେଲେ ସମସ୍ତେ କାମକୁ ଯିବା ପରେ ସେ ଏପରି କାହିଁକି କଲେ କେହି କିଛି କହି ପାରୁ ନାହାନ୍ତି। ଘଟଣା ସ୍ଥଳରେ ପୋଲିସ ପହନ୍ତି ତଦନ୍ତ ଆରମ୍ଭ କରିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top