ଜିଲ୍ଲା ପରିକ୍ରମା

ନାୟକାଣୀଡିହି ଥାନା ଅଂଚଳରେ ଚୋରା ‘କଳାହୀରା’ ଡିପୋରେ ଚଢାଉ ବିପୁଳ ପରିମାଣରେ କୋଇଲା ଜବତ

ଭଦ୍ରକ, ୧୫ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ନାୟକାଣୀଡିହି ଥାନା ଅଂଚଳରେ ଧାମରାରୁ ଟ୍ରେନ୍ ଯୋଗେ ଆସୁଥିବା କୋଇଲାର ବ୍ୟାପକ ଚୋରା ଚାଲାଣ ହେଉଥିବା ନେଇ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧରଙ୍କ ନିଦେ୍ର୍ଦଶ କ୍ରମେ ସ୍ଥାନୀୟ ଏସ୍ଡିପିଓ ଜଳନ୍ଧର ଜାଲିଙ୍କ ନେତୃତ୍ୱରେ ୩ ଜଣ ଇନ୍ସିପେକ୍ଟର, ଜଣେ ସବ୍ଇନ୍ସିପେକ୍ଟର ବିଭିନ୍ନ ଅଂଚଳ ଖାନତଲାସ କରି ବିପୁଳ ପରିମାଣର ଚୋରା କୋଇଲା ଜବତ କରିଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ଏହି ଚୋରା କୋଇଲା କାରବାରର ଚେର ଧାମରାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି । ଏହି ଚୋରା କୋଇଲାଗୁଡିକୁ ଟ୍ରେନ୍ରୁ ଆଙ୍କୁଡି ଯୋଗେ ଖସାଯାଇ ଏଗୁଡିକ ପରବର୍ତ୍ତୀ ସମୟରେ ସ୍ଥଳପଥ ଓ ଜଳପଥ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ଏହି ରାକେଟ୍ ପଛରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହାତ ରହିଥିବାବେଳେ କେତେକ ଅସାଧୁ ପୁଲିସ୍ କର୍ମଚାରୀଙ୍କର ମଧ୍ୟ ସଂପୃକ୍ତି ରହିଛି । ଏହି ଚୋରା କୋଇଲା ଚାଲାଣ ସମୟରେ ଅଦ୍ୟାବଧି ବହୁ ଲୋକମଧ୍ୟ ମୃତାହତ ହେଲେଣି । ତେବେ ଏହି ଚୋରା କୋଇଲାର  କାରବାରକୁ ରୋକାଯିବା ନେଇ ପୂର୍ବତନ ଏସ୍ପି ଅନୁପ କୁମାର ସାହୁ ଉଦ୍ୟମ ଆରମ୍ଭ କରିଥିବାବେଳେ ନୂତନ ଏସ୍ପି ବି. ଗଂଗାଧର ଏହାକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ୨ ଦିନ ତଳେ ଏହି ଚୋରା କୋଇଲା ଗାଡି ଧକ୍କାରେ କେତେକ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚଢାଉ ଜାରିରହିଥିବାେଳେ ବିପୁଳ ପରିମାଣରେ କୋଇଲା ଜବତ କରାଯାଇଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top