ଜିଲ୍ଲା ପରିକ୍ରମା

ନାହିଁ ନାହିଁରେ ଚାଲିଛି ଭଦ୍ରକ ଅବକାରୀ ବିଭାଗ

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଅବକାରୀ ବିଭାଗ ଏବେ ନାହିଁ ନାହିଁରେ ଚାଲିଛି। ବିଭାଗରେ ଏବେ କର୍ମଚାରୀ ମଡ଼କ ଦେଖାଦେଇଥିବା ବେଳେ ଭିତି ଭୂମୀର ମଧ୍ୟ ଅଭାବ ରହିଛି। ଯାନ ବାହାନ ଆବଶ୍ୟକ ପରିମାଣରେ ନଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଓ ସଦର କାର୍ଯ୍ୟାଳୟ ଭଡ଼ାଘରେ ଚାଲୁଛି। ସେହିଭଳି ତିହିଡ଼ି, ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକର ଅାଂଚଳିକ ଅବକାରୀ କାର୍ଯ୍ୟାଳୟ ନଥିବା ବେଳେ ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକରେ କାର୍ଯ୍ୟାଳୟ ଥିଲେ ସୁଦ୍ଧା ତାହା ଭୁତ କୋଠିରେ ପରିଣତ ହୋଇଛି। କର୍ମଚାରୀ ଓ ଅଧିକାରୀ ମାନେ କାର୍ଯ୍ୟାଳୟ ଦେଖିନଥିବା ଭଳି ମନେ ହେଉଛି। ଜିଲ୍ଲାରେ ସ୍ୱୀକୃତିପ୍ରାପ୍ତ ୨୦ ଗୋଟି ଦେଶୀ, ୩୪ ଗୋଟି ଠିପିବନ୍ଦ ବିଦେଶୀ ଓ ୧୪ ଗୋଟି ବିଦେଶୀ ମଦବାର୍ ସେମାନଙ୍କ ବେପାର ଜମାଇଥିବା ବେଳେ ଭାଙ୍ଗପାଇଁ ୫ଜଣ ଏବଂ ତାଢ଼ିପାଇଁ ୬ ଜଣକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହାପରେବି ସ୍ୱୀକୃତି ପ୍ରାପ୍ତ ମଦ ଦୋକାନିଙ୍କ ତରଫରୁ ଗ୍ରାମାଂଚଳରେ ଚୋରା ମଦ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ଘଟୁଛି। ସରକାରଙ୍କର ମଦ ବ୍ୟବସାୟ ଉପରୁ ଅତ୍ୟଧିକ ରାଜସ୍ୱ ଆଦାୟ ମନୋବୃତି ଚୋରା ବେପାର ବୃଦ୍ଧିର ପ୍ରମୁଖ କାରଣ ହୋଇଥିବା ଜଣାପଡ଼ିଛି। ସେ ଯାହା ହେଉନା କାହିଁକି ଚୋରା ବେପାରିଙ୍କୁ ଦମନ କରିବା ପାଇଁ ଜିଲ୍ଲା ଅବକାରୀ ବିଭାଗରେ ଆବଶ୍ୟକ କର୍ମଚାରୀ ନଥିବାରୁ ବେଆଇନ୍ ମଦ କାରବାର ବୃଦ୍ଧି ପାଉଥିବା ଜୈନିକ ଅଧିକାରୀ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଅବକାରୀ ଅଧିକ୍ଷକଙ୍କ ସମେତ ଦୁଇଜଣ ଅବକାରୀ ଇନିସ୍ପେକ୍ଟର ଓ ତିନିଜଣ ସବ୍ ଇନିସ୍ପେକ୍ଟର ଅଛନ୍ତି। ଯେଉଁଠିକି ୫ ଜଣ ସବ୍ ଇନିସ୍ପେକ୍ଟର ଦରକାର। ସେହିଭଳି ଚାନ୍ଦବାଲି ବ୍ଲକ ପାଇଁ ଦୁଇଜଣ କନେଷ୍ଟବଲ ନିଯୁକ୍ତ ହୋଇଥିବା ବେଳେ ଧାମନଗର ପାଇଁ ୧, ବାସୁଦେବପୁର ପାଇଁ ଦୁଇଜଣ, ଭଦ୍ରକ ସଦର ପାଇଁ ତିନିଜଣ ଏବଂ ସ୍ପେଶାଲ ସ୍କାର୍ଡ଼ ପାଇଁ ୩ ଜଣ କନେଷ୍ଟବଲ ନିଯୁକ୍ତ ହୋଇଛନ୍ତି। ଯାହାକି ଆବଶ୍ୟକତା ଠାରୁ ଅତି କମ୍ ଅଟେ। ଅନୁରୁପଭାବେ ବାସୁଦେବପୁର ଓ ଧାମନଗର ବ୍ଲକରେ ସବ୍ ଇନିସ୍ପେକ୍ଟର ପଦବୀ ଖାଲି ପଡ଼ିଛି। ଏଭଳି ସମସ୍ୟା ଦିର୍ଘ ବର୍ଷ ହେବ ସୃଷ୍ଟି ହୋଇଥିଲେ ମଧ୍ୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଜିଲ୍ଲାରେ ଚୋରାମଦ କାରବାର ଦିନକୁ ଦିନ ବୃଦ୍ଧି ଘଟି ଅନେକ ସମୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଚିନ୍ତାଶିଳ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top